Latest Odisha News

ଲକ୍ଷ୍ନୌରେ ଅକ୍ଟୋବର ୩୦ ଯାଏ ୧୪୪ ଧାରା ଲାଗୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆସନ୍ତା ଅକ୍ଟୋବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ୧୪୪ ଧାରା  । ଏହି ସମୟରେ ବିନା ଅନୁମତିରେ କୌଣସି ପ୍ରକାର ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯାଇପାରିବନାହିଁ ।  ଯଦି କେହି ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ ପୋଲିସରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଆଦେଶ ଜାରି କରିଛି ଲକ୍ଷ୍ନୌ କମିଶନରେଟ୍‌ ପୋଲିସ  ।

ସେପ୍ଟେମ୍ବର ୬ ରେ ଜନ୍ମାଷ୍ଟମୀ, ସେପ୍ଟେମ୍ବର ୧୭ରେ ବିଶ୍ୱକର୍ମୀ ପୂଜା, ଇଦ୍‌-ଏ-ମିଲାଦ୍‌, ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ, ଅକ୍ଟୋବର ୨୨ରେ ଦୁର୍ଗା ମହାଷ୍ଟମୀ, ଅକ୍ଟୋବର ୨୩ରେ ମହାନବମୀ, ଅକ୍ଟୋବର ୨୪ରେ ଦଶହରା ପର୍ବ ରହିଛି। ଏଥିସହ ଲକ୍ଷ୍ନୌରେ କେତେକ ପ୍ରବେଶିକ ପରୀକ୍ଷା ମଧ୍ୟ ଆୟୋଜିତ ହେବାର ଅଛି  । ତେଣୁ ଏହାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।୧୪୪ ଧାରା ଲାଗୁ ରହିଥିବା ସମୟରେ କୌଣସି ପ୍ରକାର ଧାରଣା କିମ୍ବା ବିକ୍ଷୋଭ ପ୍ରଦର୍ଶନ କରାଯାଇପାରିବନାହିଁ  । ଯଦି ଏହି ଆଦେଶ ପ୍ରତ୍ୟାହୃତ ନ ହେଲା, ତା’ ହେଲେ ଏହା ଅକ୍ଟୋବର ୩୦ ପର୍ଯ୍ୟନ୍ତ ଜାରି ରହିବ।

Comments are closed.