ନ୍ୟୁୟର୍କ: ଆମେରିକାର ୱିସ୍କୋନସିନ୍ ରାଜ୍ୟରେ ‘ଚିପ୍ୱା’ ନାମକ ଏକ ହ୍ରଦରେ ଅଛି ଭାସମାନ ଦ୍ୱୀପ । ଏହି ଦ୍ୱୀପ ୪୦ ଏକର ପରିମିତ ସ୍ଥାନରେ ବ୍ୟାପିଛି । ଅନେକ ସମୟରେ ଏହା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ପ୍ରତିବର୍ଷ ଏହି ଦ୍ୱୀପକୁ ଡଙ୍ଗା ସାହାଯ୍ୟରେ ଠେଲିବାକୁ ପଡ଼ିଥାଏ ।
ଏହି ହ୍ରଦ ଉପରେ ଏକ ବ୍ରିଜ୍ ନିର୍ମାଣ କରାଯାଇଛି । ଦ୍ୱୀପର ପୂର୍ବ ଏବଂ ପଶ୍ଚିମ ପାର୍ଶ୍ୱକୁ ସଂଯୋଗ କରୁଥିବା ଏହି ବ୍ରିଜ୍ ହେଉଛି ଏକମାତ୍ର ବିକଳ୍ପ । ବେଳେବେଳେ ଭାସମାନ ଦ୍ୱୀପ ଯୋଗୁ ଏହି ବ୍ରିଜ୍ରେ ଯାଆସ କରିବା ବନ୍ଦ ହୋଇଯାଏ । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଥିସହ ସ୍ଥାନୀୟ ଡଙ୍ଗା ଚାଳକମାନେ ମଧ୍ୟ ବ୍ରିଜ୍ ନିକଟରେ ପହଞ୍ଚିବାରେ ଅସୁବିଧା ଭୋଗିଥାନ୍ତି । ତେଣୁ ଡ଼ଙ୍ଗା ଚାଳକମାନେ ପ୍ରତିବର୍ଷ ୨୫ରୁ ଅଧିକ ଡଙ୍ଗା ସାହାଯ୍ୟରେ ଏହି ଦ୍ୱୀପକୁ ବ୍ରିଜ ନିକଟରୁ ଠେଲି ଦିଅନ୍ତି ।
ସ୍ଥାନୀୟ ବ୍ୟକ୍ତି ଡେନି ରେଏସ କହିଛନ୍ତି ଯେ, ଦ୍ୱୀପଟି ସବୁବେଳେ ଭାସୁଥିବା ପରି ଦେଖାଯାଏ ନାହିଁ । ଅନନ୍ୟ ଭାସମାନ ଦ୍ୱୀପରେ ଅନେକ ଗଛ ମଧ୍ୟ ରହିଛି । ଯେତେବେଳେ ପ୍ରବଳ ପବନ ବହେ ଏହି ଗଛଗୁଡିକ ଜାହାଜ ପରି କାର୍ଯ୍ୟ କରନ୍ତି, ଯେଉଁ କାରଣରୁ ଦ୍ୱୀପ ଭାସିବା ଆରମ୍ଭ କରେ । ଏପରି ହେବା ଦ୍ୱାରା ଏଠାରେ ଥିବା ସେତୁକୁ ଅବରୋଧ କରେ । ଡଙ୍ଗା ସାହାଯ୍ୟରେ ଏହି ଦ୍ୱୀପକୁ ଠେଲିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନ ଥାଏ ।
Comments are closed.