ଭୁବନେଶ୍ୱର:ଭାରତୀୟ ମେଟେରୋଲଜି ଡିପାର୍ଟମେଣ୍ଟ (ଆଇଏମଡି) କଟକ ଭୁବନେଶ୍ୱର ସମେତ ୧୯ ଜିଲ୍ଲା ପାଇଁ ବୁଧବାର ଅପରାହ୍ନ ୪.୧୫ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ସମୟ ଭିତରେ ସଂପୃକ୍ତ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏଥିସହିତ ଘଡଘଡି ବିଜୁଳି ମାରିବାର ଆଶଙ୍କା ବି ରହିଛି ।
ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଗଜପତି, ଗଞ୍ଜାମ, ନୟାଗଡ, ପୁରୀ, ଢେଙ୍କାନାଳ, ଜାଜପୁର, କେନ୍ଦ୍ରାପଡା, ଜଗତସିଂପୁର, ଖୋର୍ଦ୍ଧା, କଟକରେ ଏହି ୩ ଘଣ୍ଟା ମଧ୍ୟରେ ବର୍ଷା ହୋଇପାରେ । ପାଣିପାଗକୁ ଦେଖି ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।
ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ ବାୟୁମଣ୍ଡଳରେ ୭.୬ କିମି ଯାଏ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ।
ଲଘୁୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଯାଇଛି ୧୩ ସହରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ବାଲେଶ୍ୱର ସହରରେ ସର୍ବାଧିକ ୧୧୭.୧ ମି.ମି. ବର୍ଷା ରେକର୍ଡ କରାଯାଇଛି ।
Comments are closed.