Latest Odisha News

BREAKING NEWS

୨ ହଜାର ଦୀପରେ ବାଲୁକାକଳା, ଜୋ ବାଇଡେନଙ୍କ ଗସ୍ତକୁ ସ୍ୱାଗତ କଲେ ବାଲୁକାଶିଳ୍ପୀ ସୁଦର୍ଶନ

ପୁରୀ: ରାଜଧାନୀ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଲାଗି ଆଉ ମାତ୍ର ୨ ଦିନ। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସମ୍ମିଳନୀରେ ଯୋଗ ଦେବେ ଦେଶ ବିଦେଶର ବଡ ବଡ ହସ୍ତୀ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ଗଢିଛନ୍ତି ଆଖି ଝଲସିଲା ଭଳି ଆକର୍ଷଣୀୟ ବାଲୁକାକୃତି।

ଏହି ବାଲୁକାକୃତିରେ ପ୍ରାୟ ଦୁଇ ହଜାର ଦୀପ ବ୍ୟବହାର କରି ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି। ଦେଶରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖିବା ପାଇଁ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାହା ମଧ୍ୟ ଏହି କଳାକୃତିରେ ପରିଲକ୍ଷିତ ହୋଇଛି। ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ସୁଦର୍ଶନ ପଟ୍ଟନାୟକ ବାଲୁକାକୃତିରେ ଲେଖିଛନ୍ତି ‘ଆପଣଙ୍କୁ ଭାରତକୁ ସ୍ୱାଗତ’ (Welcome to Bharat)।

Comments are closed.