Latest Odisha News

ଛାତ ଉପରେ କାର ଷ୍ଟଣ୍ଟ୍ କରିବା ପଡ଼ିଲା ଭାରି, ଭିଡିଓ ଦେଖିଲେ ଥରି ଉଠିବ ଛାତି

ଦୁନିଆରେ କିଛି ଲୋକ ଅଛନ୍ତି, ଯେଉଁମାନେ ଦୁଃସାହସିକ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ସେମାନେ ନିଜ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ ଦେଖାଇଥାନ୍ତି । ସେଥିମଧ୍ୟରୁ କିଛି ଲୋକ ବାଇକ୍ ହେଉ ବା କାରରେ ଦୁଃସାହସିକ ଷ୍ଟଣ୍ଟ କରିବାକୁ ଭଲ ପାଇଥାନ୍ତି । ବେଳେବେଳେ ଏହି ଷ୍ଟଣ୍ଟ ସେମାନଙ୍କ ପାଇଁ ମହଙ୍ଗା ପଡ଼ିଥାଏ । ସେହିପରି ନିକଟରେ ଜଣେ ଯୁବକ ୪ ମହଲା ବିଶିଷ୍ଟ ଛାତ ଉପରେ କାରରେ ଷ୍ଟଣ୍ଟକରିବା ମହଙ୍ଗା ପଡ଼ିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ କାର ଚଲାଇ ଏକ ୪ ମହଲା ବିଶିଷ୍ଟ ଛାତ ଉପରେ ଷ୍ଟଣ୍ଟ ଦେଖାଉଛନ୍ତି । ସେ ଗୋଟିଏ ଛାତରୁ ଅନ୍ୟ ଏକ ଛାତକୁ କାରକୁ ଡ଼ିଆଁଇବା ଷ୍ଟଣ୍ଟ ଦେଖାଉଥିଲେ । ଷ୍ଟଣ୍ଟ୍ ସମୟରେ ଏମିତି କିଛି ଘଟିଲା, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଯୁବକ ଜଣକ ତାଙ୍କ କାରକୁ ଗୋଟିଏ ଛାତରୁ ଅନ୍ୟ ଛାତକୁ ଠିକ ଭାବରେ ଡିଆଁଇବାରେ ସକ୍ଷମ ହୋଇପାରି ନ ଥିଲେ । ଫଳରେ କାରଟି ପ୍ରଥମ କୋଠାରୁ ଦ୍ୱିତୀୟକୁ ଯିବା ପୂର୍ବରୁ କାନ୍ଥରେ ପିଟି ହୋଇ ତଳକୁ ଖସିପଡ଼ିଥିଲା । ମାତ୍ର ୫ ସେକେଣ୍ଡରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ଛାତିକୁ ଥରାଇ ଦେଇଥିଲା । ଏମିତି କି ଏହି ଷ୍ଟଣ୍ଟକୁ ଦେଖୁଥିବା ଲୋକମାନେ ଏହି ଦୁର୍ଘଟଣା ଦେଖି ହଠାତ୍ ଚିତ୍କାର କରିବାକୁ ଲାଗୁଛନ୍ତି । ଏହି ଭୟଙ୍କର ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହେବା ସହ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି ।

Leave A Reply

Your email address will not be published.