Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁଠାରେ ଜନ୍ମାଷ୍ଟମୀ ଅବସରରେ ରାଧାକୃଷ୍ଣ ପିନ୍ଧିଲେ ୧୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଆଭୂଷଣ

ଗ୍ୱାଲିୟର: ଜନ୍ମାଷ୍ଟମୀ ଅବସରରେ ସାରା ଦେଶ ଏବେ ଶ୍ରୀକୃଷ୍ଣମୟ ହୋଇ ଉଠିଛି । ଗ୍ୱାଲିୟରର ଫୁଲବାଗରେ ଐତିହାସିକ ଗୋପାଳ ମନ୍ଦିରରେ ଏହାକୁ ଧୂମଧାମରେ ପାଳନ କରାଯାଉଛି । ଏଠାରେ ଭଗବାନ ଶ୍ରୀକୃଷ୍ଣ ଓ ରାଧାରାନୀଙ୍କୁ ମୂଲ୍ୟବାନ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି । ରିପୋର୍ଟ ମୁତାବକ ୧୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଅଳଙ୍କାର ରାଧାକୃଷ୍ଣଙ୍କୁ ପିନ୍ଧା ଯାଇଥିଲା । ଏହାର ସୁରକ୍ଷା ପାଇଁ ପୋଲିସ ପ୍ରଶାସନ, ନଗା ନିଗମ ଅଧିକାରୀ ଜଗି ରହିଥିଲେ । ସମ୍ପୂର୍ଣ୍ଣ ମନ୍ଦିରରେ ସିସିଟିଭି ଲଗା ଯାଇଥିଲା । ସୁନା, ରୂପା, ମାଣିକଠାରୁ ଆରମ୍ଭ ଅନେକ ଦାମୀ ଅଳଙ୍କାର ମହାପ୍ରଭୂଙ୍କୁ ପିନ୍ଧା ଯାଇଥିଲା । ୧୯୨୧ରେ ଗ୍ୱାଲିୟରର ଶାସକ ମାଧବରାଓ ସିନ୍ଧିଆ ମନ୍ଦିରର ସ୍ଥାପନା କରିଥିଲେ । ଭଗବାନଙ୍କ ପୂଜା ପାଇଁ ରୂପା ସାମଗ୍ରୀ ଓ ସୁନାର ଆଭୂଷଣ ପ୍ରଦାନ କରିଥିଲେ ।

ପରେ ଭକ୍ତମାନଙ୍କ ଦାନରେ ରାଧାକୃଷ୍ଣଙ୍କ ପାଇଁ ଅନେକ ଅଳଙ୍କାର ପ୍ରସ୍ତୁତ କରାଯାଇଥିଲା । ଏହା ମଧ୍ୟରେ ହୀରାର ମୁକୁଟ, ସୁନା ଓ ହୀରାରେ ନିର୍ମିତ ବଇଁଶୀ ରହିଛି । ସୁନା, ରୂପା, ହୀରା, ପୁଖରାଜ, ପନ୍ନା ଓ ମାଣିକରେ ନିର୍ମିତ ଅନେକ ଅଳଙ୍କାରରେ ରାଧାରାଣୀଙ୍କୁ ସୁସଜ୍ଜିତ କରାଯାଇଛି । ରାଧାକୃଷ୍ଣଙ୍କ ଏହି ମନଲୋଭା ବେଶକୁ ଦେଖିବା ପାଇଁ ଏଠାକୁ ଭକ୍ତଙ୍କ ସୁଅ ଛୁଟେ । ଭକ୍ତମାନେ ମଧ୍ୟ ମହାପ୍ରଭୂଙ୍କ ପାଇଁ ଅନେକ ଅଳଙ୍କାର ପ୍ରସ୍ତୁତ କରି ଦେଇଥାନ୍ତି ।

Comments are closed.