ସୌମ୍ୟ ପଟ୍ଟନାୟକଙ୍କୁ ନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ: କହିଲେ, ଦଳରେ ମିଶିବା ପାଇଁ ଆମନ୍ତ୍ରଣ କରିବେ କି ?
ଭୁବନେଶ୍ୱର: ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ନେଇ ଥମୁନି ରାଜନୀତି । ବିଜେଡି ଭିତରେ ଚାଲିଛି ଜବାବ ସୁଆଲ । ଏପଟେ ସୌମ୍ୟଙ୍କ ପ୍ରତି ଛୁଟିବାରେ ଚାଲିଛି ବିରୋଧୀଙ୍କ ସମର୍ଥନର ସୁଅ । କଂଗ୍ରେସ, ବିଜେପି ମଧ୍ୟ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ କରିଛନ୍ତି । କଂଗ୍ରେସ ନେତା ସୁର ରାଉତରାୟ ସୌମ୍ୟଙ୍କୁ ହିମାଳୟ ସହ ତୁଳନା କରିଥିବାବେଳେ ସାଂସଦ ଅପରାଜିତା ସୌମ୍ୟ ଜଣେ ଭଲ ମଣିଷ ଓ ସାହସୀ ବୋଲି କହି ପ୍ରଶଂସା କରିଛନ୍ତି ।
ତେବେ ସାଂସଦଙ୍କର ଏପରି କଥାର ଜବବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ସାଂସଦଙ୍କୁ ଏକ୍ସରେ (ଟୁଇଟ) ଏକ ପୋଷ୍ଟ କରି ଅପରାଜିତାଙ୍କୁ ଜବାବ ଦେଇଛନ୍ତି । ଶ୍ରୀମୟୀ ଲେଖିଛନ୍ତି, ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ କହିଛନ୍ତି, ସୌମ୍ୟ ପଟ୍ଟନାୟକ ଜଣେ ଭଲ ଲୋକ । କଂଗ୍ରେସ ତାଙ୍କ ଦଳରେ ମିଶିବା ପାଇଁ ସୌମ୍ୟ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରି ସାରିଲାଣି । ମୁଁ ଅନୁରୋଧ କରୁଛି, ଶ୍ରୀମତୀ ଅପରାଜିତା ଷଡଙ୍ଗୀ ତାଙ୍କ ଦଳକୁ ପଚାରନ୍ତୁ ସୌମ୍ୟ ପଟ୍ଟନାୟକଙ୍କୁ ତାଙ୍କ ଦଳରେ ମିଶିବା ଲାଗି ଆମନ୍ତ୍ରଣ କରିବେ କି ?
ସୂଚନାଥାଉ କି, ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖାକୁ ନେଇ ରାଜ୍ୟ ରାଜନୀତି ଏବେ ପଡୁଛି ଉଠୁଛି । ଜଣକ ପରେ ଜଣେ ନେତା ସୌମ୍ୟ ପଟ୍ଟନାୟକଙ୍କ ସମାଲେଚନା କରିବାରେ ଲାଗିଛନ୍ତି । ଅନ୍ୟପକ୍ଷେ ସୌମ୍ୟ ପଟ୍ଟନାୟକ ବିଜେଡି ନେତାଙ୍କୁ କଡା ଜବାବ ଦେଇଛନ୍ତି । ଏପରକି ସୌମ୍ୟଙ୍କ ଜବାବରୁ ମୁଖ୍ୟମନ୍ତ୍ରୀ ବି ବାଦ ପଡିନାହାନ୍ତି ।
ଆଜି ବି ସୌମ୍ୟ ପଟ୍ଟନାୟକ ବିଜେଡି ନେତା, ମନ୍ତ୍ରୀଙ୍କୁ ଜବାବ ଦେବା ବାହନାରେ ୫ଟି ସଚିବଙ୍କୁ ବି କଡାଭାଷାରେ ଶୁଣାଇଛନ୍ତି । ଦଳ ତୃତୀୟ ମହଲାର ନିର୍ଦ୍ଦେଶରେ ଚାଲି ପାରିବ ନାହିଁ ବୋଲି କହି ସିଧାସଳଖ ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ।
BJP leader Smt. Aparajita Sarangi is saying that Shri. Soumya Ranjan Patnaik is a good man.The congress has already invited Shri. Soumya Ranjan Patnaik to join their party.I urge Smt. Aparajita Sarangi to ask her party to invite Shri. Soumya Ranjan Patnaik to join the BJP.
— Shreemayee sweta snigdha Mishra (@ShreemayeeM) September 9, 2023
Comments are closed.