ମୁମ୍ବାଇ: ହଲିଉଡ଼ ଅଭିନେତା ଲିଓନାର୍ଡୋ ଡ଼ିକାର୍ପିଓ ଏବେ ଖୁବ୍ ଚର୍ଚ୍ଚାରେ । ଏବେ ସେ ଜଣେ ୨୫ ବର୍ଷୀୟା ଇଟାଲିଆନ ମଡ଼େଲଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଇଟାଲିଆନ ମଡ଼େଲ ଭିଟୋରିଆ ସେରେଟି ଓ ୪୮ ବର୍ଷୀୟ ଅଭିନେତା ଲିଓନାର୍ଡ଼ୋ ବାରମ୍ବାର ଏକାଠି ନଜର ଆସୁଛନ୍ତି । କିଛି ଦିନ ହେବ ଉଭୟ ଉଭୟଙ୍କୁ ଡ଼େଟ୍ କରୁଥିବା ଜଣାଯାଇଛି । ୨୩ ବର୍ଷର ବୟସାଗତ ପ୍ରାର୍ଥକ୍ୟ ସତ୍ତ୍ୱେ୍ୱ ଦୁହେଁ ବିବାହ କରିପାରନ୍ତି ବୋଲି କୁହାଯାଉଛି । ଏହି ଯୋଡ଼ିକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।
ହଲିଉଡ଼ର ଆଇକନିକ ଫିଲ୍ମ ‘ଟାଇଟାନିକ୍’ର ଅଭିନେତା ଲିଓନାର୍ଡୋ ଡ଼ିକାର୍ପିଓ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ଅନେକ ଥର ଲିଓନାର୍ଡୋ ନିଜର ଲଭ୍ ଲାଇଫ୍କୁ ନେଇ ଆଲୋଚନାକୁ ଆସିଛନ୍ତି । ସେ ୨୫ ବର୍ଷ ନଚେତ କମ୍ ବୟସର ଯୁବତୀଙ୍କୁ ଡେଟ୍ କରିବାକୁ ଚାହାଁନ୍ତି ବୋଲି ଅନେକ ସାକ୍ଷାତକାରରେ କହିଛନ୍ତି । ଏଥିଲାଗି ଅନେକ ସମୟରେ ଟ୍ରୋଲର ଶୀକାର ମଧ୍ୟ ହୋଇଛନ୍ତି । ଏବେ ପୁଣି ଥରେ ସେ ସେଭଳି କଥାକୁ ନେଇ ଖବର ଶିରୋନାମାରେ ରହିଛନ୍ତି ଲିଓନାର୍ଡ଼ୋ ।
Comments are closed.