ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ୨ର ରିଲିଜ ତାରିଖ ସୋମବାର ଘୋଷଣା କରାଯାଇଛି । ପୁଷ୍ପାର ସଫଳତା ପରେ ଦର୍ଶକମାନେ ଏହାକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ମେକର୍ସଙ୍କ ଅନୁସାରେ ପୁଷ୍ପା ୨ ଫିଲ୍ମ ୧୫ ଅଗଷ୍ଟ ୨୦୨୪ରେ ରିଲିଜ ହେବ । ୨୦୨୧ ପୁଷ୍ପା ଦି ରାଇଜର ଏହା ସିକ୍ୱେଲ । ଏହି ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଛନ୍ତି । ପୁଷ୍ପା ୨ ଓ ସିଂଘମ ଏଗେନ ବକ୍ସ ଅଫିସରେ ମୁହାଁମୁହିଁ ହେବେ । ଇତି ମଧ୍ୟରେ ପ୍ରଡକ୍ସନ ହାଉସ ମାଇଥ୍ରୀ ମେକର୍ସ ଅଲ୍ଲୁ ଅର୍ଜୁନଙ୍କ ଫାଷ୍ଟ ଲୁକ ପୋଷ୍ଟ ଶେୟାର କରିଛନ୍ତି । ଏଥିରେ ସେ ଶାଢ଼ୀ ପିନ୍ଧିବା ଦେଖିବାକୁ ମିଳିଛି । ଚୁଡି, ଅଳଙ୍କାର, ଝୁମୁକା ପିନ୍ଧି ଅଲ୍ଲୁ ଅର୍ଜୁନ ଏକ ଭିନ୍ନ ଲୁକରେ ସମ୍ମୁଖକୁ ଆସିଛନ୍ତି । ଖୁବ ଶୀଘ୍ର ରଶ୍ମିକା ମାନ୍ଦନାଙ୍କ ଲୁକ ସମ୍ମୁଖକୁ ଆସିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।
ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଫହଦ ଫାସିଲ ଏସପି ଭଂୱର ସିଂ ଶେଖାୱତ ରୂପରେ ପୁନର୍ବାର ସମ୍ମୁଖକୁ ଆସିବେ । ରୋହିତ ଶେଟ୍ଟୀଙ୍କ ସିଂଘମ ଏଗେନ ମଧ୍ୟ ଏକ ହିଟ ଫ୍ରାଂଚାଇଜ ହୋଇଥିବାରୁ ୨ଟି ଯାକ ଫିଲ୍ମ ଏକ ସଙ୍ଗରେ ରିଲିଜ ହେଲେ ବ୍ୟବସାୟ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ହାତରେ ଆହୁରି ବହୁତ ଦିନ ଥିବାରୁ ସେ ସମୟରେ କିଏ ଫିଲ୍ମ ରିଲିଜ କରିବ ତାହା ସ୍ପଷ୍ଟ ହେବ ।
Comments are closed.