Latest Odisha News

ପୂରଣ ହେବ ଖାଲି ପଡ଼ିଥିବା ୧୦୬୫ ଅଧ୍ୟାପକ ପଦବୀ: ଅନଲାଇନରେ ତୁରନ୍ତ କରନ୍ତୁ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ହେବ । ଏ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ,  ରାଜ୍ୟର ବେସରକାରୀ ଏଡେଡ ମହାବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ବିଷୟରେ ଖାଲିଥିବା ୧୦୬୫  ପଦବୀ (ସିଧାସଳଖ ପେମେଣ୍ଟ ପୋଷ୍ଟ) ପୂରଣ କରାଯିବ । ଏଥି ପାଇଁ  ଓଡିଶା ସରକାରଙ୍କ ପକ୍ଷରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି ।

ଉଚ୍ଚଶିକ୍ଷା ବିଭାଗର ଚୟନ ବୋର୍ଡ  ପକ୍ଷଣଉ  ଜାରି   ବିଜ୍ଞପ୍ତି ଅନୁଯାୟୀ, ଅନଲାଇନ୍ ପଞ୍ଜୀକରଣ ଏବଂ ପରୀକ୍ଷା ଫି ଅନଲାଇନରେ କରିବାକୁ ପଡି । ଆଶାୟୀ ପ୍ରାର୍ଥୀ  ସେପ୍ଟେମ୍ବର ୧୧ ସୋମବାର ଅପରାହ୍ନ 1 ଟାରୁ ସରକାରଙ୍କ ପକ୍ଷରୁ  ଖୋଲା ଯାଇଥିବା ୱେବସାଇଟ www.ssbodisha.ac.in କୁ ଯାଇ ଆବେଦନ କରିପାରିବେ ।  ଆବେଦନର ଶେଷ ତାରିଖ ରହିଛି  ଅକ୍ଟୋବର ୧୩ ତାରିଖ  । ଅକ୍ଟୋବାର ୧୩ ତାରିଖ ୧୧ଟା ୪୫ପରେ ଏହା  ବନ୍ଦ ହୋଇଯିବ।   ଆବେଦନପତ୍ର ଦାଖଲ କରିବାର ଅନ୍ୟ କୌଣସି ମାଧ୍ୟମ  ଗ୍ରହଣ କରାଯିବ ନାହିଁ ବୋଲି ଏଥିରେ କୁହାଯାଇଛି।

ଶିକ୍ଷାଗତ ଯୋଗ୍ୟତା-

ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟ ଉପରେ ମାଷ୍ଟର ଡିଗ୍ରୀ ହାସଲ କରିଥିବେ ଏବଂ ଅତି କମରେ ୫୫% ମାର୍କ କିମ୍ବା ଏହାର ସମାନ ଗ୍ରେଡ୍ ପାଇଥିବେ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, SEBC ଏବଂ  କିମ୍ବା PwD ପ୍ରାର୍ଥୀଙ୍କ ପାଇଁ ମାଷ୍ଟର ଡିଗ୍ରୀମାର୍ମ ୫୦% ରଖାଯାଇଛି ।

ଆଶାୟୀ ପ୍ରାର୍ଥୀଙ୍କ ବୟସ ନିଶ୍ଚିତ ଭାବରେ ୨୧ ବର୍ଷ ହୋଇଥିବ ଏବଂ ସେପ୍ଟେମ୍ବର ୧, ୨୦୨୩ ସୁଦ୍ଧା ୪୨ ବର୍ଷରୁ ଅଧିକ ହୋଇ ନ ଥିବ । ପ୍ରାର୍ଥୀ ନିଶ୍ଚିତ ଭାବରେ ସେପ୍ଟେମ୍ବର ୨, ୧୯୮୧ରୁ ସେପ୍ଟେମ୍ବର ୧, ୨୦୦୨ମଧ୍ୟରେ  ଜନ୍ମ ହୋଇ ନଥିବେ | ।

ଚୟନ ପ୍ରକ୍ରିୟା-

ଲିଖିତ ପରୀକ୍ଷା, କ୍ୟାରିୟର ଏବଂ ଭାୟଭା  ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ  ।  କ୍ୟାରିୟର ମୂଲ୍ୟାଙ୍କନ ୨୫  ମାର୍କ, ଲିଖିତ ପରୀକ୍ଷା ୧୫୦ମାର୍କ ଏବଂ ଭାୟଭା ୨୫ ମାର୍କର ରହିବ ।

ପରୀକ୍ଷଣ ଜୋନ୍-

ପ୍ରାର୍ଥୀଙ୍କ ସଂଖ୍ୟାକୁ ଦେଖି ଲିଖିତ ପରୀକ୍ଷା ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ବଲାଙ୍ଗୀର, କଟକ,ଜୟପୁର, ସମ୍ବଲପୁର ଜୋନରେ କରାଯିବ ।ଯଦି କୌଣସି ଜୋନରେ ଯଥେଷ୍ଟ ସଂଖ୍ୟକ ପ୍ରାର୍ଥୀ ନ ଥିବେ ତେବେ ତାଙ୍କୁ ନିଜ ଜିଲ୍ଲାର ନିକଟବର୍ତ୍ତୀ ଜୋନରେ ପରୀକ୍ଷା ଦେବାକୁ ପଡିବ । ତେବେ ଜୋନ ପାଇଁ ପ୍ରାର୍ଥୀଙ୍କ ଅନୁରୋଧ ଗ୍ରହଣ କରାଯିବ ନାହିଁ ।

ଖାଲିଥିବା ପଦବୀ-

Comments are closed.