ନୂଆଦିଲ୍ଲୀ: ‘ପାକ ଅଧିକୃତ କଶ୍ମୀର ଆପେ ଆପେ ଭାରତରେ ସାମିଲ ହୋଇଯିବ । ଏଥିପାଇଁ ଆପଣଙ୍କୁ ଟିକିଏ ଖାଲି ଅପେକ୍ଷା କରିବାକୁ ପଡିବ ।’ ଏମିତି କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବ ସେନା ମୁଖ୍ୟ ଜେନରାଲ ବିକେ ସିଂହ(ଅବସରପ୍ରାପ୍ତ) ୧
ରାଜସ୍ଥାନରେ ଆୟୋଜିତ ପରିବର୍ତ୍ତନ ସଙ୍କଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେଠାକୁ ଯାଇଥିଲେ ପୂର୍ବ ସେନାମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ବିକେ ସିଂହ। ସେଠାରେ ସାମ୍ବାଦିକମାନେ ପଚାରିଥିଲେ, ପାକ ଅଧିକୃତ କଶ୍ମୀରରେ ଲୋକମାନେ ଭାରତ ସହ ମିଶିବା ପାଇଁ ଦାବି କରୁଛନ୍ତି। ଏ ପ୍ରସଙ୍ଗରେ ବିଜେପିର ଚିନ୍ତାଧାର କ’ଣ ? ତାଙ୍କୁ ପଚରାଯାଇଥିଲା, ପିଓକେରେ ସିଆ ମୁସଲିମମାନେ ସୀମା ଖୋଲିବା ପାଇଁ ଭାରତ ସରକାରଙ୍କ ସହ ଆଲୋଚନା କରୁଛନ୍ତି ।ଏ ନେଇ ଆପଣ କ’ଣ କହିବେ ? ଏହାର ଉତ୍ତରରେ ପିଓକେ ଆପେ ଆପେ ଭାରତ ସହ ବିଲୀନ ହୋଇଯିବ ବୋଲି ସେ କହିଥିଲେ।
ଏଥି ସହିତ ସେଠାରେ ଜି୨୦ ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଏଠାରେ ଆଲୋଚନା କରିଥିଲେ । ଜି୨୦ ପରି ଆୟୋଜନ ପୂର୍ବରୁ କେବେ ହୋଇ ନ ଥିଲା । ଏହି ସମ୍ମିଳନୀରେ ସାରା ବିଶ୍ୱ ଦେଖିଲା ଭାରତର ଆତିଥେୟତା । ଭାରତ ଏପରି ସମ୍ମିଳନୀର ଆୟୋଜନ କରିବ ଏହା କେହିକେବେ ଭାବି ନ ଥିଲେ ।
ସୂଚନା ଥାଉ କି, ଚଳିତବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଏହାକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡିଛି ।
Comments are closed.