ନୂଆଦିଲ୍ଲୀ:ସନାତନ ଧର୍ମ ବିରୋଧୀ ମନ୍ତବ୍ୟକୁ ନେଇ ବିଜେପି କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟକୁ ସିଧାସଳଖ ଆକ୍ରମଣ କରିଛି । ସେତିକି ନୁହେଁ, ବିଜେପି ଅଭିଯୋଗ ଆଣିଛି ମୁମ୍ବାଇରେ ଇଣ୍ଡିଆ ବୈଠକରେ ରଣନୀତି ପରେ ବିପକ୍ଷ ସନାତନ ଧର୍ମକୁ ନେଇ ବୟାନବାଜି ଆରମ୍ଭ କରିଛନ୍ତି । ଏ ନେଇ ଆଜି ଜେପି ନଡ୍ଡା ଟୁଇଟ କରି ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି, ମୋହବ୍ବତର ଦୋକାନ ନାଁରେ ସନାତନ ଧର୍ମ ବିରୋଧରେ ଏପରି ଘୃଣାର ଜିନିଷ କାହିଁକି ବିକୁଛନ୍ତି ? ଅନ୍ୟପକ୍ଷେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ ଅଭିଯୋଗ ଆଣିଛନ୍ତି, ସନାତନ ଧର୍ମକୁ ବଦନାମ କରିବା ପାଇଁ ଇଣ୍ଡିଆ ମେଣ୍ଟ ଗଠନ କରାଯାଇଛି । ରବିଶଙ୍କର ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ପ୍ରସଙ୍ଗରେ ସୋନିଆ ଗାନ୍ଧୀ, ଲାଲୁ ଯାଦବ ଏବଂ ଅଖିଳେଶ ଯାଦବଙ୍କ ନୀରବତାକୁ ନେଇ ପ୍ରଶ୍ନ କରିଛନ୍ତି ।
ଏପଟେ ନଡ୍ଡା ଟୁଇଟ କରି କହିଛନ୍ତି, ଇଣ୍ଡିଆ ମେଣ୍ଟ ବୈଠକର ୨ ଦିନ ପରେ ଉଦୟନିଧି ଷ୍ଟାଲିନଙ୍କ ବୟାନ ଆସିଥିଲା । ଏହା ପରେ ପ୍ରିୟାଙ୍କ ଖଡଗେ ସନାତନ ଧର୍ମକୁ ଆଘାତ କରିଥିଲେ । ଆଜି ଡିଏମକେ ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ମେଣ୍ଟ ଗଠନ ସନାତନ ଧର୍ମକୁ ବିରୋଧ କରିବା ପାଇଁ କରାଯାଇଛି । ଏହା ସୋନିଆ, ରାହୁଲ ଏବଂ କଂଗ୍ରେସର ସୁପରିକଳ୍ପିତ ରଣନୀତିର ଏକ ଅଂଶ ।
ନଡ୍ଡା ଆହୁରି କହିଛନ୍ତି, କଂଗ୍ରେସ ଏବଂ ଇଣ୍ଡିଆ ଏପରି ବୟାନ ଉପରେ ନିଜର ମତ ସ୍ପଷ୍ଟ ରଖିବା ଉଚିତ । ଏକଥା ସ୍ପଷ୍ଟ କରିବା ଦରକାର ଯେ, କୌଣସି ଧର୍ମକୁ ନେଇ ଏପରି ଆପତ୍ତିଜନକ ମନ୍ତବ୍ୟ ଦେବା ପାଇଁ ସମ୍ବିଧାନ ଅଧିକାର ଦେଇଛି କି ? ସୋନିଆ ଏବଂ ରାହୁଲ ମୋହବ୍ବତର ଦୋକାନ ନାଁରେ ସନାତନ ଧର୍ମ ବିରୋଧରେ ଏପରି ଘୃଣାର ସାମଗ୍ରୀ କାହିଁକି ବିକୁଛନ୍ତି ? ଘୃଣାର ଏହି ମେଗା ମଲ କେବଳ କ୍ଷମତା ହାସଲ କରିବା ପାଇଁ । ବାଣ୍ଟ…ଏବଂ ରାଜ କର.. ।
ସେପଟେ ରବିଶଙ୍କର ପ୍ରସାଦ କହିଛନ୍ତି, ସନାତନ ଧର୍ମ ଉପରେ ଘମଣ୍ଡିଙ୍କ ମେଣ୍ଟ ପ୍ରଶ୍ନ କରୁଛନ୍ତି । ଏ ପ୍ରଶ୍ନ ମୁଁ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ କରିଥିଲି । ହେଲେ ସେମାନେ ଏହାର ଉତ୍ତର ଦେଲେ ନାହିଁ । ଅନ୍ୟପକ୍ଷେ ତାମିଲନାଡୁ ଶିକ୍ଷା ମନ୍ତ୍ରୀଙ୍କ ବୟାନ ଆସିଲା । ସେ କହିଲେ ଇଣ୍ଡିଆ ମେଣ୍ଟର ଗଠନ ସନାତନ ଧର୍ମକୁ ଶେଷ କରିବା ପାଇଁ ହୋଇଛି । ସେ ଆହୁରି ପ୍ରଶ୍ନ କରିଛନ୍ତି, ଭୋଟ ପାଇଁ ଯଦି ଧର୍ମକୁ ଆକ୍ଷେପ ତେବେ ଖାଲି ସନାତନ ଧର୍ମକୁ ନେଇ କାହିଁକି କହୁଛି ? ଅନ୍ୟ ଧର୍ମ ପ୍ରତି ଚୁପ କାହିଁକି ? ଏ ପ୍ରସଙ୍ଗରେ ସୋନିଆ ଗାନ୍ଧୀ କାହିଁକି କିଛି କହୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ବ୍ୟରୋ ରିପୋର୍ଟ ଭୁବନେଶ୍ୱର
I.N.D.I Alliance की मुम्बई बैठक के दो दिन बाद उदयनिधि स्टालिन का बयान आना, फिर प्रियांक खड़गे का सनातन पर आघात और आज DMK के मंत्री द्वारा ये स्वीकार करना कि I.N.D.I Alliance का गठन ही सनातन धर्म के विरोध में किया गया था, यह सोनिया गांधी, राहुल और कांग्रेस की एक सोची समझी रणनीति…
— Jagat Prakash Nadda (@JPNadda) September 12, 2023
Comments are closed.