Latest Odisha News

BREAKING NEWS

ସରିଲା ଭିତରକନିକା ଦେଶୀୟ ପକ୍ଷୀ ଗଣନା, ଗତବର୍ଷ ତୁଳନାରେ ୭,୭୯୭ଟି ପକ୍ଷୀ ଅଧିକ

ରାଜନଗର: ଭିତରକନିକାରେ ବଢିଲେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତବର୍ଷ ୨୬ହଜାର ୧୧୮ ଟି ବସାରୁ ୧ଲକ୍ଷ ୨୩ହଜାର ୮୬୭ ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୨୪ହଜାର ୬୬୪ ଟି ବସାରୁ ୧ଲକ୍ଷ ୧୬ହଜାର ୭୦ଟି ପକ୍ଷୀ ଗଣନା କରାଯାଇଥିଲା । ଗତବର୍ଷ ତୁଳନାରେ ଚଳିତବର୍ଷ ଭିତରକନିକାରେ ୭ହଜାର ୭୯୭ ଟି ପକ୍ଷୀ ଅଧିକ ଆସିଛନ୍ତି ।

ସୂଚନା ଅନୁଯାୟୀ, ଚଳିତ ମାସ ୩ ତାରିଖରୁ ୭ ତାରିଖ ଯାଏ ପକ୍ଷୀ ଗଣନା କରାଯାଇଥିଲା । ଏହି ଗଣନା କାର୍ଯ୍ୟରେ ୫ଟି ଟିମ୍ ନିୟୋଜିତ ଥିଲେ । ପ୍ରତିଟି ଟିମ୍ ରେ ୪ରୁ ଅଧିକ ବନ କର୍ମଚାରୀ ରହିଥିଲେ ।  ପ୍ରତିବର୍ଷ ମଠଆଡ଼ିଆ, ଦୁର୍ଗାପ୍ରସାଡ଼ିଆ, ଲକ୍ଷ୍ମୀପ୍ରସାଦଡ଼ିଆରେ ପକ୍ଷୀ ଗଣନା କରାଯାଉଥିବା ବେଳେ ଚଳିତ ବର୍ଷ ରାଜନଗର ରେଞ୍ଜର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଏକମାଣିଆ ବାଲିଡ଼ିଆ ଦ୍ବୀପରେ ପକ୍ଷୀ ଗଣନା କରାଯାଇଥିଲା । ତେବେ ପ୍ରଥମ ଥର ପାଇଁ ଭିତରକନିକା ବାହାରେ ଦେଶୀୟ ପକ୍ଷୀଙ୍କ ଠିକଣା ଠାବ କରାଯିବା ସହ ଗଣନା କରାଯାଇଥିଲା । ତେବେ ଚଳିତ ବର୍ଷ ଜାତୀୟ ଉଦ୍ୟାମକୁ ପ୍ରାୟ ୧୦ ହଜାର ପକ୍ଷୀଙ୍କ ସମାଗମ ହୋଇଥିବା ଜଣାପଡ଼ିଛି । ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇ ଥିବାରୁ ପକ୍ଷୀ ପ୍ରେମୀ, ପରିବେଶବିତ୍ ଓ ବନ ବିଭାଗ ଖୁସି ବ୍ୟକ୍ତ କରିଛନ୍ତି।

 

Leave A Reply

Your email address will not be published.