ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ହଠାତ୍ ଏକ ଏମର୍ଜେନ୍ସି ଆଲର୍ଟ ମେସେଜ ପାଇଛନ୍ତି। ଏହି ଆଲର୍ଟ ମେସେଜ ପାଇବା ମାତ୍ରେ ଅନେକ ସ୍ମାର୍ଟଫୋନ୍ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଏହି ମେସେଜ୍ ହେଉଛି ସେଲ୍ ବ୍ରଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ଭାରତ ସରକାରଙ୍କ ଟେଲିକମ୍ ବିଭାଗ ଦ୍ୱାରା ପଠାଯାଇଥିବା ଏକ ନମୁନା ବାର୍ତ୍ତା। ଯଦି ଆପଣ ଏହି ବିଷୟରେ ଏକ ସତର୍କ ସୂଚନା ପାଇଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ। ଏହା ଉପରେ କୌଣସି କାର୍ଯ୍ୟର ଆବଶ୍ୟକତା ନାହିଁ।
ଏହି ଆଲର୍ଟ ମେସେଜ ଟେଷ୍ଟ ପାନ-ଇଣ୍ଡିଆ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ଦ୍ୱାରା ପଠାଯାଉଛି। ଏହି ସତର୍କ ବାର୍ତ୍ତାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଯେକୌଣସି ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସଚେତନ କରିବା।
ଯଦି ଆପଣଙ୍କ ମୋବାଇଲରେ କିଛି ଆଲର୍ଟ ମେସେଜ ଆସେ ତେବେ କୌଣସି ପ୍ରକାରେ ଚିନ୍ତା କିମ୍ବା ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏହି ବାର୍ତ୍ତା ପାନ୍ ଇଣ୍ଡିଆ ଜରୁରୀକାଳୀନ ଆଲର୍ଟ ସିଷ୍ଟମର ଏକ ଅଂଶ ଏବଂ ଏହା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ପ୍ରସ୍ତୁତ ହେଉଛି। ଏହି ବାର୍ତ୍ତାର ଉଦ୍ଦେଶ୍ୟ ହେଉଛି କୌଣସି ଅସୁବିଧା ବିନା ଜରୁରୀକାଳୀନ ସମୟରେ ଲୋକଙ୍କୁ ତୁରନ୍ତ ସତର୍କ ସୂଚନା ପଠାଇବା।
Comments are closed.