Latest Odisha News

BREAKING NEWS

ଯବାନ ପୋଷାକରେ ଶେଷ ବିଦାୟ ଦେଲା କୁନିପୁଅ, କହିଲା ‘ବାପା..ତୁମ ବାହାଦୁରୀକୁ ସଲାମ…’

ନୂଆଦିଲ୍ଲୀ: ବୀର ଯବାନ ଅମର ରହେ…ଭାରତ ମାତା କି ଜୟ ଧ୍ୱନିରେ କମ୍ପୁଥିଲା ଗଗନ ପବନ । ପରିବାର ଆଉ ଆତ୍ମୀୟ ସ୍ୱଜନଙ୍କ କାନ୍ଦରେ ଥରି ଯାଉଥିଲା ହୃଦୟ । ଏ ଭିଡ ଭିତରେ କୁନି ପୁଅ ଦେଖୁଥିଲା ବାପାଙ୍କୁ  । ଭାବୁଥିଲା ବାପା ତାର କେଡେ ସାହାସୀ । କୁନି କୁନି ହାତରେ ସେନା ପୋଷାକ ପିନ୍ଧି ବାପାଙ୍କୁ ସାଲ୍ୟୁଟ ମାରୁଥିଲା । କହୁଥିଲା.. ବାପା ତୁମ ବାହାଦୁରୀକୁ ସଲାମ.. ।

ସହିଦ ଯବାନଙ୍କ ବିଦାୟ ବେଳର  ଏ ଦୃଶ୍ୟ ସାରା ଦେଶବାସୀଙ୍କ ଆଖିକୁ ଓଦା କରି ଦେଇଛି । କାଶ୍ମୀର ଅନନ୍ତନାଗ ଏନକାଉଣ୍ଟରରେ ସହିଦ ହୋଇଥିଲେ ସେନାର କର୍ଣ୍ଣେଲ ମନପ୍ରୀତ ସିଂହ । ତାଙ୍କର ଅନ୍ତିମ ସଂସ୍କାର ଆଜି ମୋହାଲିର ବଡୋଦିଆ ଗାଁରେ ହୋଇଥିଲା ।

ଶହଶହ ଲୋକ ଯବାନଙ୍କ ଶେଷ ଦର୍ଶନ ପାଇଁ ରୁଣ୍ଡ ହୋଇଥିଲେ । କୁହାଯାଉଛି, ପଞ୍ଜାବର ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ମଧ୍ୟ ଅନ୍ତିମ ସଂସ୍କାରରେ ସାମିଲ ହେବେ । ଆର୍ମିର ବହୁ ବରିଷ୍ଠ ଅଫିସର ଅନ୍ତିମ ସଂସ୍କାରରେ ଯୋଗ ଦେବେ । କର୍ଣ୍ଣେଲଙ୍କ ଅନ୍ତିମ ସଂସ୍କାର ମାହୋଲିର ମୁଲ୍ଲାପୁର ଗରିବଦାସରେ କରାଯିବ ।

ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କୀଙ୍କୁ ହଟାଇବାକୁ ଯାଇ ଜୀବନ ଦେଇଛନ୍ତି ଦେଶର ତିନି ଜଣ ବୀର ସନ୍ତାନ । ସର୍ଚ୍ଚ ଅପରେଶନ ସମୟରେ ଆତଙ୍କୀମାନେ ଅତିର୍କିତ ଏମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ସହୀଦ ତିନି ବୀର ଯବାନ ହେଲେ କର୍ନଲ ମନପ୍ରୀତ ସିଂହ, ମେଜର ଆଶିଷ ଏବଂ ଡିଏସପି ହୁମାୟୁଂ ଭଟ । ସହିନ ମନପ୍ରୀତ ବାଟାଲିୟନର ନେତୃତ୍ୱ ନେଉଥିଲେ ।

ବୁଧବାର ସକାଳୁ ସକାଳୁ ଅନନ୍ତନାଗରେ ଅପରେଶନ ପୁଣି ଥରେ ଆରମ୍ଭ ହୋଇଥିଲା । ଗୁଳିକାଣ୍ଡରେ ସେ ଗୁରୁତର ହୋଇଥିଲେ । ପରେ ଶେଷ ନିଃଶ୍ୱାସ  ତ୍ୟାଗ କରିଥିଲେ । ଅପରେଶନ ପୂର୍ବରୁ ମନପ୍ରୀତ ସକାଳ ୬ଟା ୪୫ରେ ନିଜ  ଫୋନ କରି ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ । ତାଙ୍କୁ କହିଥିଲେ, ଏବେ ମୁଁ ବ୍ୟସ୍ତ ଅଛି,ସନ୍ଧ୍ୟାରେ କଲ କରିବି ।ହେଲେ ପରେ ତାଙ୍କର ସହିଦ ହେବାର ଖବର ମିଳିଥିଲା ପରିବାର ଲୋକଙ୍କୁ ।

Leave A Reply

Your email address will not be published.