Latest Odisha News

BREAKING NEWS

SIIMA Award 2023: ଜୁନିୟର ଏନଟିଆର୍ ଶେଷ୍ଠ ଅଭିନେତା, ମୃଣାଳ ଠାକୁର ବେଷ୍ଟ ଡେବ୍ୟୁଟେଣ୍ଟ

ମୁମ୍ବାଇ: ସାଉଥ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ମୁଭି ଆଓ୍ବାର୍ଡ(SIIMA) ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ରାତିରେ SIIMA ୨୦୨୩ର ୧୧ତମ ସଂସ୍କରଣ ଇଭେଣ୍ଚ ଅନୁଷ୍ଠିତ ହୋଇଯାଇଛି । ଏହି ଇଭେଣ୍ଚରେ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟଲମ ଚଳଚ୍ଚିତ୍ର ଜଗତର ବହୁ ସେଲିବ୍ରେଟି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଦୁଇ ଦିନ ଧରି ଏହି ଇଭେଣ୍ଟ ଚାଲିବାକୁ ଥିବା ବେଳେ ଆଜି ଶେଷ ହେବ ।

ସୂଚନା ଅନୁସାରେ, କାର୍ଯ୍ୟକ୍ରମର ପ୍ରଥମ ଦିନରେ ଜେନେରେସନ୍ ନେଷ୍ଟ ପୁରସ୍କାର ଗୁଡିକ ଆଗାମୀ ସାଉଥ ଇଣ୍ଡିଆନ ଚଳଚ୍ଚିତ୍ର କଳାକାରମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ଦିନରେ SIIMA ପୁରସ୍କାର ପ୍ରଦାନ କରାଯାଇଥାଏ ।

ତେବେ SIIMA ୨୦୨୩ ଆଓ୍ବାର୍ଡରେ ଜୁନିଅର ଏନଟିଆରଙ୍କୁ ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆରଆରଆର’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ବେଳେ ମୃଣାଳ ଠାକୁରଙ୍କୁ ଫିଲ୍ମ ସିତା ରାମମ୍ ପାଇଁ ବେଷ୍ଟ ଡେବ୍ୟୁଟେଣ୍ଟ ଆୱାର୍ଡ ମିଳିଥିଲା । ଆଦିବାସୀ ଶେଶ ଏବଂ ଋଷଭ ଶେଟ୍ଟୀ ମୁଭି ମେଜର ଏବଂ କାନ୍ତାରା ପାଇଁ ତେଲୁଗୁ ଏବଂ କନ୍ନଡରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଆରଆରଆର ପାଇଁ ଏସ ରାଜାମୌଳି ଆୱାର୍ଡ ହାତେଇଥିବା ବେଳେ ଶେଷ୍ଠ ଚଳଚ୍ଚିତ୍ର ସୀତା ରାମମ୍ ଆୱାର୍ଡ ପାଇଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ କଳାକାର ଆୱାର୍ଡ ମିଳିଥିବା ବେଳେ ବଲିଉଡ଼ ଆକ୍ଟର ରଣବୀର ସିଂଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଆଶିକା ରଙ୍ଗନାଥଙ୍କୁ ପପୁଲାର କାଟେଗୋରୀରେ ମାଧଗଜ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଥିଲା।

Comments are closed.