Latest Odisha News

ବଡଦିନରେ ବକ୍ସଅଫିସରେ ଧମାଲ କରିବା କିଙ୍ଗ ଖାନଙ୍କ ଡଙ୍କି, ଜାଣନ୍ତୁ ରିଲିଜ ଡେଟ

ମୁମ୍ବାଇ: ବକ୍ସ ଅଫିସରେ ଧମାଲ ମଚାଉଛି ଶାହାରୁଖ୍ ଖାନଙ୍କ ଫିଲ୍ମ ‘ଜଓ୍ବାନ୍’ । ଏହି ଫିଲ୍ମଟି ରିଲିଜ୍ ହେବାର ୯ ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଏହାର କ୍ରେଜ୍ କମିନି। ‘ଜୱାନ’ରେ ଶାହାରୁଖ ଖାନ୍ଏବଂ ନୟନତାରାଙ୍କ ଯୋଡିକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ। ଏହାରି ଭିତରେ ଫ୍ୟାନ୍ସ ମାନଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି ଶାହାରୁଖ୍ । ଶାହାରୁଖ୍ ଖାନଙ୍କ ଆଗାମୀ ଅଭିନୀତ ଫିଲ୍ମ ‘ଡଙ୍କି’ର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି।  ଚଳିତ ବର୍ଷ ଡିସେମ୍ବର ୨୨ ରେ ରିଲିଜ୍ ହେବ ଡଙ୍କି । ଖ୍ରୀଷ୍ଟମାସ ଅବସରରେ କିଙ୍ଗ ଖାନଙ୍କ ଅଭିନୀତ ଏହି ଫିଲ୍ମ ପରଦାକୁ ଆସିବ ବୋଲି ଚର୍ଚ୍ଚା ଜୋର ଧରିଛି ।

BjdElectrycity

ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ‘ଡଙ୍କି’ରେ ନଜର ଆସିବେ ଶାହାରୁଖ। ଏହାର ଶୁଟିଂ ପ୍ରାୟ ଶେଷ ହୋଇସାରଲାଣି। ଏଣୁ କେବେ ଏହା ରିଲିଜ ହେବ ସେନେଇ ନାନାଦି କଳ୍ପନା କରାଯାଉଥିଲା। ଚଳିତ ବର୍ଷ ଦୁଇଟି ଫିଲ୍ମ ରିଲିଜ ହୋଇଥିବା ଯୋଗୁ ଅଭିନେତାଙ୍କ ଏହି ଫିଲ୍ମଟି ଆସନ୍ତା ବର୍ଷ ପରଦାକୁ ଆସିବ ବୋଲି କୁହାଯାଉଥିଲା। ହେଲେ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଶାହାରୁଖ । ଶୁକ୍ରବାର ‘ଯବାନ’ର ସଫଳତାକୁ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ କିଙ୍ଗ୍‌ ଖାନ୍‌ ‘ଡଙ୍କି’ ଆସନ୍ତା ବର୍ଷ ନୁହେଁ ବରଂ ଏବର୍ଷ ହିଁ ରିଲିଜ ହେବ ବୋଲି ସ୍ପଷ୍ଟ କରିଛନ୍ତି । ଆସନ୍ତା ଖ୍ରୀଷ୍ଟମାସ ଅବସରରେ ଏହା ପରଦାକୁ ଆସିବ ବୋଲି ସେ କହିଛନ୍ତି।

ଏହି ଫିଲ୍ମରେ ଶାହାରୁଖ୍ ଖାନଙ୍କ ବ୍ୟତିତ ତାପସୀ ପନ୍ନୁ, ରାଜକୁମାର ହିରାନୀ, ଭିକି କୌଶଲ, ସତୀଶ ସାହା, ବୋମାନ୍ ଇରାନୀ ଓ ଜେରେମି ଓ୍ବିଲର ଭଳି ଅଭିନେତା ନଜର ଆସିବେ। ଏହି ଫିଲ୍ମଟି ପାଖାପାଖି ୧୦୦ କୋଟି ବଜେଟରେ ତିଆରି ହୋଇଛି । ଫିଲ୍ମର କାହାଣୀ କନିକା ଦିଲୋନ, ରାଜକୁମାର ହିରାନୀ ଓ ଅଭିଜିତା ଯୋଶି ଲେଖିଛନ୍ତି । ଫିଲ୍ମଟିକୁ ରାଜକୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ଗୌରୀ ଖାନ ଓ ରାଜ କୁମାର ହିରାନୀ ପ୍ରଯୋଜକ ରହିଛନ୍ତି।

 

Leave A Reply

Your email address will not be published.