Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ବିମ୍ବ ସ୍ନାନ ବିଧି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିମ୍ବ ସ୍ନାନ ବିଧି ଆଲୋଚନା କରିବା ଅବସରରେ ଆମେ ଜାଣିଲେ କେତେକ ପରିସ୍ଥିତିରେ କେବଳ ସୁବାସିତ ଜଳ ନୁହେଁ ବରଂ ପଞ୍ଚଅମୃତର ବିଭିନ୍ନ ଉପାଦାନରେ ଅଲଗା ଅଲଗା ସ୍ନାନ କାରାଯାଏ ଅବା ସମ୍ପୂର୍ଣ ପଞ୍ଚାମୃତରେ ଏକା ଥରେ ସ୍ନାନ କାରାଯାଏ।କାଣ୍ଵସଂହିତା ଅନୁସାରେ ପ୍ରତ୍ୟେକ ସ୍ନାନର ଅଲଗା ମନ୍ତ୍ର ଅଛି।

୧ . ସରକ୍ଷୀର ସ୍ନାନ :-ଓଁ ପୟଃ ପୃଥିବ୍ୟାଂ ପୟ ଔଷଧୀଷୁ ପୟୋ ଦିବ୍ୟନ୍ତରିକ୍ଷେ ପୟୋଧା ପୟସ୍ୱତିଃ ପ୍ରଦୀଶଃ ସନ୍ତୁମହ୍ୟମ୍ । ”

୨. ଦହି ସ୍ନାନ :-ଓଁ ଦଧି କ୍ରାବ୍ ନୋ ଅକାରିଷଂ ଜିସ୍ମରଶ୍ୱସ୍ୟ ବାଜିନଃ ସୁରଭି ନୋ ମୁଖା କରତପ୍ରଣ ଆୟୁ ଗୁଁ ଷି ତାରିଷତ ।”

୩. ଘୃତ ମନ୍ତ୍ର :- ଓଁ ତଜୋଅସି ଶୁକ୍ରମସ୍ୟ ମୃତମସି ଧାମ ନାମାସି ପ୍ରିୟଂ ଦେବାନ ମନାଧୃଷ୍ଟଂ ଦେବୟ ଜନମ।

ସେହିପରି ମହୁ ଓ ଗୁଡ଼ ଶର୍କରା ମଧ୍ୟ ଅଲଗା ମନ୍ତ୍ର ବୋଲା ଯାଇ ସ୍ନାନ କାରାଯାଏ। ଆଗାମୀ ଅଧ୍ୟାୟରେ ସେବିଷୟ ଆଲୋଚନା କରିବା ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ଏକଇ ପୁରୁଷ ମୁରାରୀ
ସକଳ ଘଟେଛନ୍ତି ପୁରୀ।
ବାଳକ ବୃଦ୍ଧ ଯେ ତରୁଣ
ଅବଶ୍ୟ ହୋଇବ ମରଣ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.