Latest Odisha News

ପୋଲିସକୁ ଚକମା ଦେଇ କଏଦୀ ଚମ୍ପଟ

ଦେବଗଡ଼: ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଜେଲକୁ ନେବା ବାଟରେ ପୋଲିସକୁ ଚକମା ଦେଇ ଖସି ପଳାଇଛି ୨୨ ବର୍ଷର ଅଭିଯୁକ୍ତ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା  ଥାନାରେ ଘଟିଛି ଏପରି ଘଟଣା । ଫେରାର ଅଭିଯୁକ୍ତ ହେଉଛନ୍ତି ସୁମନ ବେହେରା ।  ଆଉଁଳି ଗାଁର ସୁମନଙ୍କୁ ପୋଲିସ  ନାବାଳିକା ଅପହରଣ ମାମଲାରେ  ଗିରଫ କରିଥିଲା  । କୋର୍ଟରେ ଜାମିନ ନାମଞ୍ଜୁର ହୋଇଯିବା ପରେ ରବିବାର ତାଙ୍କୁ ଦେବଗଡ ଜିଲ୍ଲାର  ସ୍ୱତନ୍ତ୍ର ସବ ଜେଲକୁ ନେବା ବାଟରେ ସେ ଫରାର ହୋଇ ଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ସବଜେଲ ସାମ୍ନାରେ ହିଁ ଘଟିଥିଲା । ସୁମନ ବେହେରାଙ୍କୁ ପୋଲିସ ସ୍ଥାନୀୟ କୋର୍ଟରେ ହାଜର କରାଇବା ପରେ ତାଙ୍କର ଜାମିନ ନାମଞ୍ଜୁର ହେଇ ଯାଇଥିଲା । ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ତାଙ୍କୁ ଖୋଜିବା ପାଇଁ ଛାନଭିନ ଚଳାଇଛି ।

ସୁମନ କୁଣ୍ଢେଇଗୋଲା ପୋଲିସ ଥାନା ଅଧୀନସ୍ଥ ଏକ ଗାଁର ଜଣେ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ନାବାଳିକଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରାଯାଇଥିଲା ।

Comments are closed.