Latest Odisha News

BREAKING NEWS

ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିଲା ଖଲିସ୍ଥାନୀ ଆତଙ୍କୀ ପନ୍ନୁ

ନୂଆଦିଲ୍ଲୀ: ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିଲା ଖଲିସ୍ଥାନୀ ଆତଙ୍କୀ ପନ୍ନୁ । ଖାଲି ଖଲିସ୍ତାନ ନୁହେଁ, ଉର୍ଦ୍ଦୁସ୍ଥାନ ବି ଗଠନ କରିବାକୁ ଲକ୍ଷ୍ୟ ରଖିଥିଲା । ଭାରତୀୟ ସୁରକ୍ଷା ଏଜେନ୍ସି ଖଲିସ୍ଥାନ ଆତଙ୍କୀଙ୍କର ନୂଆ ଡୋଜିୟର ପ୍ରସ୍ତୁତ କରିଛି । ଏଥିରେ ଅନେକ ଆତଙ୍କୀଙ୍କର ନାଁ ରହିଛି ଯେଉଁମାନେ ଭାରତ ବିରୋଧରେ ଆତଙ୍କୀ ଷଡଯନ୍ତ୍ର ରଚୁଛନ୍ତି । ଏହି ତାଲିକାରେ ଏନଆଇଏ  ଗୁରୁପନ୍ତ ସିଂହ ପନ୍ନୁର ନାଁ ମଧ୍ୟ ସାମିଲ କରିଛି ।

ଏନଆଇଏ ତଥ୍ୟ ଅନୁଯାୟୀ, ପନ୍ନୁ ବିରୋଧରେ ଦେଶରେ ୧୬ ମାମଲା ରୁଜୁ ହୋଇଛି । ପଞ୍ଜାବ, ହିମାଚଳପ୍ରଦେଶ, ହରିଆଣା, ଉତ୍ତରାଖଣ୍ଡରେ ଏହି ମାମଲା ରୁଜୁ ହୋଇଛି । ଦେଶ ବିଭାଜନ ସମୟରେ  ୧୯୪୭ରେ ପନ୍ନୁ ପାକିସ୍ତାନ ଖାନକୋଟ ଗାଁରୁ ଅମୃତସର ଆସିଥିଲା । ସେ ପଞ୍ଜାବ ୟୁନିଭର୍ସିଟିରୁ ଲ ଡିଗ୍ରୀ ହାସଲ କରିଛି ।  ପନ୍ନୁର ମାତା-ପିତାଙ୍କ ମୃତ୍ୟୁ ହୋଇ ସାରିଛି । ତାର ଭାଇ ମଗବନ୍ତ ସିଂହ ବିଦେଶରେ ରହୁଛି ।

ପନ୍ନ ଆମେରିକାରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଶିଖ ଫର ଜଷ୍ଟିସର ମୁଖ୍ୟ ଅଛନ୍ତି ଏବଂ ପଞ୍ଜାବକୁ ଭାରତଠାରୁ ଅଲଗା କରିବାକୁ ଚାହୁଁଛନ୍ତି । ୨୦୨୨ ଜୁଲାଇ ୭ ତାରିଖରେ ଗୃହ ମନ୍ତ୍ରାଳୟ ପନ୍ନୁକୁ ଆତଙ୍କବାଦୀ ଘୋଷିତ କରିଛି । ଏନଆଇଏର ତଥ୍ୟ ଅନୁଯାୟୀ, ପନ୍ନୁ ଭାରତକୁ ଅଲଗା ଅଲଗା ଖଣ୍ଡରେ ବାଣ୍ଟି ଏକାଧିକ ଦେଶ କରିବାକୁ ଚାହୁଁଛି । ସେ ଦେଶକୁ ଧର୍ମ ଆଧାରରେ ବିଭାଜନ କରିବାକୁ ଚାହୁଁଥିବା ଏନଆଇଏ କହିଛି । ସେ ଦେଶରେ ଥିବା ମୁସଲମାନମାନଙ୍କୁ ମନେଇ ଏକ ମୁସଲିମ ରାଷ୍ଟ୍ର ଗଠନ କରିବାକୁ ଯାଉଛି ଯାହାର ନାଁ  ଡେମୋକ୍ରାଟିକ ରିପବ୍ଲିକ ଅଫ ଉର୍ଦ୍ଧୁସ୍ଥାନ ରଖିବାକୁ  ଚାହୁଁଛି । କାଶ୍ମୀରକୁ ବି ଭାରତଠାରୁ ଅଲଗା କରିବାକୁ ଚାହୁଁଛି ।

Comments are closed.