Latest Odisha News

BREAKING NEWS

ଦେଶରେ ପ୍ରଥମ: ସୁପ୍ରିମକୋର୍ଟରେ ସାଙ୍କେତିକ ଭାଷାରେ କେସ୍ ଲଢି ଇତିହାସ ରଚିଲେ ଦିବ୍ୟାଙ୍ଗ ସାରା

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଜଣେ ଦିବ୍ୟାଙ୍ଗ ଓକିଲ ସୁପ୍ରିମକୋର୍ଟରେ ସାଙ୍କେତିକ ଭାଷାରେ କେସ୍ ଲଢି ଇତିହାସ ରଚିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଯେତେବେଳେ ଭର୍ଚୁଆଲ ଶୁଣାଣି ସମୟରେ ସେହି ଓକିଲଙ୍କ ଅନୁବାଦକଙ୍କୁ ଅନସ୍କ୍ରିନ୍ ସ୍ଥାନ ଦେବାକୁ କହିଥିଲେ ସେତେବେଳେ ମୁଖ୍ୟ ବିଚାରପତିଙ୍କ ଆଭିମୁଖ୍ୟ ଏହି ମାମଲାକୁ ଅଧୀକ ସମ୍ବେଦନଶୀଳ କରିଥିଲା ।ଏହାପୂର୍ବରୁ ସୁପ୍ରିମକୋର୍ଟ ମୋଡରେଟର ଏହାକୁ ପରଦାରେ ଆଣିବାକୁ ମନା କରିଦେଇଥିଲେ ।

ସୂଚନା ଅନୁସାରେ, ଏହି ଘଟଣାଟି ୨୨ ସେପ୍ଟେମ୍ବରର । ସବୁଦିନପରି ସେଦିନ ସକାଳୁ ସୁପ୍ରିମକୋର୍ଟରେ ଏକ ଭର୍ଚୁଆଲ ଶୁଣାଣି ଚାଲିଥାଏ । ଏହି ସମୟରେ ପରଦାରେ ଜଣେ ମହିଳା ଅଦାଲତର ପ୍ରକ୍ରିୟାକୁ ସାଙ୍କେତିକ ଭାଷାରେ ବ୍ୟାଖ୍ୟା କରୁଥିବା ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ ସେହି ସ୍କ୍ରିନରେ ଇଣ୍ଡିଆନ ସାନ୍ ଲାଙ୍ଗୁଏଜ ଅନୁବାଦକ ସୌରଭ ଚୌଧୁରୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ତାଙ୍କର ଏହି ଭିଡିଓକୁ ଓକିଲ ଅନ୍ ରେକର୍ଡ ସଞ୍ଚିତା ଏନ କରିଥିଲେ । ସଞ୍ଚିତା ତାଙ୍କ ବଧିର ଜୁନିଅର ଆଡଭୋକେଟ ସାରା ସନ୍ନିଙ୍କ ପାଇଁ ଏହି ଉଦ୍ୟମ କରିଥିଲେ । କାରଣ ସଞ୍ଚିତା ଚାହୁଁଥିଲେ ଯେ ତାଙ୍କ ଜୁନିଅର ଓକିଲ ବଧିର ସାରା ସନ୍ନି ଏହି ମାମଲାର ଶୁଣାଣିରେ ତାଙ୍କ ପକ୍ଷ ନିଜେ ଉପସ୍ଥାପନା କରନ୍ତୁ । ଏବଂ ସେ ନିଜେ କୋର୍ଟ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରନ୍ତୁ ।

ଲାଇଭ ଲ ରିପୋର୍ଟ ଅନୁଯାୟୀ ଆନ୍ ଭର୍ଚୁଆଲ୍ କୋର୍ଟରୁମ୍ ମୋଡରେଟରଙ୍କ ଦ୍ଵାରା ପ୍ରାରମ୍ଭିକ ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ ସାରା । କୋର୍ଟର ପ୍ରକ୍ରିୟାରେ ସମଗ୍ର ଅବଧି ପାଇଁ ଅନୁବାଦକଙ୍କୁ ତାଙ୍କ ଭିଡିଓ ଉପସ୍ଥାପନ କରିବାକୁ ଅନୁମତି ଦିଆଯିବନାହିଁ ବୋଲି କହିଥିଲେ କୋର୍ଟରୁମ୍ ମୋଡରେଟର । କିନ୍ତୁ ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଅନୁବାଦକଙ୍କୁ ତାଙ୍କ ଭିଡିଓ ଜାରି କରିବାକୁ ଅନୁମତି ଦେଇଥିଲେ । ଏହାପରେ ଭର୍ଚୁଆଲ କୋର୍ଟ ରୁମ୍‌ରେ ଏହି ପ୍ରକାର ଶୁଣାଣୀ ପ୍ରଥମ ଥର ଲାଗି ହୋଇଥିଲା । ଏହା ଟିଭି ସ୍କ୍ରିନରେ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।

ଭାରତର ପ୍ରଥମ ମୂକ ବଧିର ଓକିଲ ସାରା ସନିଙ୍କ ସାଙ୍କେତିକ ଭାଷାରେ ସୁପ୍ରିମକୋର୍ଟରେ ଶୁଣାଣୀ କରାଯିବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସାରା । ସେଥିପାଇଁ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରିଛନ୍ତି ଓ କହିଛନ୍ତି ଯେ, ମୁଖ୍ୟ ବିଚାରପତି ଦିବ୍ୟାଙ୍ଗଙ୍କ ପର୍ଯ୍ୟନ୍ତ ନ୍ୟାୟ ବ୍ୟବସ୍ଥା ପହଞ୍ଚିବା ଦିଗରେ ମୁଖ୍ୟ ସମର୍ଥକ ପାଲଟିଛନ୍ତି । ସାରା ବେଙ୍ଗାଲୁରସ୍ଥିତ ସେଣ୍ଟ ଯୋଶେଫ କଲେଜ ଅଫ୍ ଲ’ରୁ ଏଲଏଲ୍ ବି କରିଛନ୍ତି ।

Leave A Reply

Your email address will not be published.