Latest Odisha News

BREAKING NEWS

ପ୍ରସ୍ତୁତ ହେବ ବିଶ୍ୱର ସର୍ବବୃହତ ରୁଟି, ଅକ୍ଟୋବର ୮କୁ ଅପେକ୍ଷା

ରାଜସ୍ଥାନ: ପ୍ରସ୍ତୁତ ହେବ ବିଶ୍ୱର ସର୍ବବୃହତ ରୁଟି । ଆସନ୍ତା ଅକ୍ଟୋବର ୮ ତାରିଖରେ ଏହା ପ୍ରସ୍ତୁତ କରାଯିବ । ଏଥିଲାଗି ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହାକୁ ନେଇ ସେଠାକାର ଲୋକେ ଖୁବ୍ ଉତ୍ସାହିତ ଅଛନ୍ତି ।

ରାଜସ୍ଥାନର ମେୱାରର ଭିଲୱାରା ଟେକ୍ସଟାଇଲ ସିଟି ଏବଂ ଇଣ୍ଡଷ୍ଟ୍ରିଆଲ ସିଟି ଭାବରେ ଜଣାଶୁଣା । କିନ୍ତୁ ଆଗାମୀ ଦିନରେ ଭିଲୱାରା ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ଆସନ୍ତା ମାସର ପ୍ରଥମ ସପ୍ତାହରେ ଭିଲୱାରାରେ ବିଶ୍ୱର ସର୍ବବୃହତ ରୁଟି ତିଆରି ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ଚାଲିଛି । ଅକ୍ଟୋବର ୮ ରେ ଭିଲୱାରା ସହରର ହରିସେବା ଧାମରେ ମହାମଣ୍ଡଳେଶ୍ୱର ହଂସା ରାମ ମହାରାଜଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଏହି ବିଶାଳ ରୁଟିର ଓଜନ ପ୍ରାୟ ୧୫୧ କିଲୋଗ୍ରାମ ହେବ । ଏହି ସ୍ୱତନ୍ତ୍ର ରୁଟି ପାଇଁ ୧୬ ବାଇ ୧୬ ଫୁଟ ମାପ ବିଶିଷ୍ଟ ଏକ ସ୍ୱତନ୍ତ୍ର ପ୍ୟାନ ପ୍ରସ୍ତୁତ କରାଯାଇଛି । ୧୬ ଚୁଲିରେ ୧୨ ଜଣ ରୋଷେୟା ଏହି କାମ କରିବେ । ରୁଟି କମ ଆଞ୍ଚରେ ପ୍ରସ୍ତୁତ ହେବ । ରୁଟି ତିଆରି କରିବା ପରେ ଏହାକୁ ଲୋକଙ୍କୁ ପ୍ରସାଦ ଭାବରେ ବଣ୍ଟନ କରାଯିବ ।ରୁଟିର ଆକାର ୧୧ ବାଇ ୧୧ ଫୁଟ ଏବଂ ମୋଟା ୭୫ ମିଲିମିଟର ହେବ । ଏହାକୁ ତିଆରି କରିବାକୁ ୧୫୫ କିଲୋଗ୍ରାମ ଅଟା ଲାଗିବ ।

Comments are closed.