Latest Odisha News

ଆଜି ରତ୍ନଭଣ୍ଡାର ମାମଲାର ଶୁଣାଣି: ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ

ପୁରୀ: ଆଜି ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ମାମଲାର ଶୁଣାଣି ହେବ  ।  ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ହିସାବ କରିବାକୁ ଦାବି କରି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାଖଲ ଜନସ୍ବାର୍ଥ ମାମଲା ଉପରେ ଶୁଣାଣି ହେବ । ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲାର ପରିଚାଳନା କରୁଛନ୍ତି।

୨୦୨୨ ମସିହାରେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଯାଞ୍ଚ କରାଯାଇଥିଲା । ଯେଉଁଥିରେ ରତ୍ନଭଣ୍ଡାର ମରାମତି କରିବା ନିହାତି ଆବଶ୍ୟକ ବୋଲି ଏଏସଆଇ କହିଥିଲା ।  ତେଣୁ ରତ୍ନଭଣ୍ଡାର ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଜି ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ସେପଟେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଐତିହାସିକ ଶୁଣାଣି ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରାଯାଇଛି ।

Comments are closed.