Latest Odisha News

ଆଜି ‘ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ’: ଜାଣନ୍ତୁ କ’ଣ ରହିଛି ଚଳିତ ବର୍ଷର ଥିମ୍

ନୂଆଦିଲ୍ଲୀ: ପରିବେଶ ଆମକୁ ବଞ୍ଚିବା ପାଇଁ ସବୁକିଛି ଯୋଗାଇଥାଏ । ଯେପରିକି ଖାଦ୍ୟ, ବାସଗୃହ ଏପରିକି ପୋଷାକ ମଧ୍ୟ ପରିବେଶରୁ ମିଳୁଥିବା ଜିନିଷରୁ ତିଆରି କରାଯାଏ । ତେଣୁ ଆମକୁ ସୁସ୍ଥ ରହିବା ପାଇଁ ପ୍ରକୃତି ଏବଂ ପରିବେଶର ଯତ୍ନ ନେବା ନିହାତି ଆବଶ୍ୟକ | ଆମେ ରହୁଥିବା ସ୍ଥାନ କିପରି ସବୁବେଳେ ପରିଷ୍କାର ପରିଚ୍ଛନ ରହିବ ସେଥିପାଇଁ ଆମକୁ ବିଶେଷ ଯତ୍ନ ନେବା ଉଚିତ । ଯାହା ଦ୍ଵାରା କୌଣସି ବି ରୋଗ ବିସ୍ତାର ହେବନାହିଁ ଏବଂ ପୃଥିବୀ ମଧ୍ୟ ପରିଷ୍କାର ରହିବ । ‘ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ’ ହେଉଛି ଏକ ପ୍ରକାର ବିଜ୍ଞାନ, ଯାହା ମନୁଷ୍ୟକୁ ରୋଗ, ଆଘାତ କିମ୍ବା କୌଣସି ପ୍ରକାରର ପ୍ରାକୃତିକ କିମ୍ବା ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ରଖିପାରିବ | ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖିବା ପାଇଁ ‘ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଏ | ତେବେ ଆସନ୍ତୁ ଜାଣିବା ଏହି ଦିନର ମହତ୍ତ୍ୱ ଏବଂ ଏହାର ଇତିହାସ |

ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ:

‘ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ’ ଆନ୍ତର୍ଜାତୀୟ ପରିବେଶ ସ୍ୱାସ୍ଥ୍ୟ ସଂଘ ଦ୍ୱାରା ୨୬ ସେପ୍ଟେମ୍ବର ୨୦୧୧ରେ ଆରମ୍ଭ ହୋଇଥିଲା । ସେବେଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୨୬ ତାରିଖରେ “ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ” ପାଳନ କରାଯାଏ । ଲୋକମାନଙ୍କୁ ପରିବେଶ ସ୍ୱାସ୍ଥ୍ୟ ଏବଂ ଏହା ସହ ଜଡିତ ସମସ୍ୟା ବିଷୟରେ ଅବଗତ କରାଇବା ହେଉଛି ଏହି ଦିବସର ମୁଳ ଲକ୍ଷ । IFEH (International Federation of Environmental Health) ଦୀର୍ଘ ପ୍ରାୟ ୩୨ ବର୍ଷ ଧରି ଲୋକଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହେଉଥିବା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ପାଇଁ କାର୍ଯ୍ୟ କରିଆସୁଛି |

ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସର ୨୦୨୩ର ବିଷୟବସ୍ତୁ:

ପ୍ରତିବର୍ଷ ଏହି ଦିନଟି ଏକ ସ୍ୱତନ୍ତ୍ର ଥିମ୍ ସହିତ ପାଳନ କରାଯାଏ | ଏହି ବର୍ଷ ମଧ୍ୟ ଏହାକୁ ଏକ ଭିନ୍ନ ଥିମ୍ ସହିତ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି  ‘ବିଶ୍ୱସ୍ତରୀୟ ପାରିପାର୍ଶ୍ବିକ ଜନ ସ୍ୱାସ୍ଥ୍ୟ:  ପ୍ରତିଦିନ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ସୁରକ୍ଷା  ଲାଗି ଦଣ୍ଡାୟମାନ ହେବା’ ।  ଆମେ ଆମ ପରିବେଶ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଏପରି ଭାବରେ ମଜବୁତ କରାଯିବା ଉଚିତ ଯଦ୍ଵାରା ଦୀର୍ଘ ଜୀବନ ଏବଂ ପରିବେଶ ତଥା ମଣିଷର ଉତ୍ତମ ସ୍ୱାସ୍ଥ୍ୟର ଲକ୍ଷ୍ୟ ଦୀର୍ଘ ସମୟ ମଧ୍ୟରେ ହାସଲ ହୋଇପାରିବ।

Comments are closed.