Latest Odisha News

BREAKING NEWS

ବାଣୀବିହାର ମେଟ୍ରୋ ଟାଓ୍ବାରରେ ଅଗ୍ନିକାଣ୍ଡ, ଦୁଇ ନାବାଳକ ଉଦ୍ଧାର

ଭୁବନେଶ୍ବର: ବାଣୀବିହାର ମେଟ୍ରୋ ଟାଓ୍ବାରରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି କୋଠାର ୫ମ ମହଲାରେ ନିଆଁ ଲାଗିଯାଇଥିଲା । ଖବର ପାଇ ମଞ୍ଚେଶ୍ବର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିସହ ଘଟଣାସ୍ଥଳରେ ଫସିଥିବା ଦୁଇ ନାବାଳକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଦୁଇ ନାବାଳକ ଏସ.କେ ମହମ୍ମଦ ଏବଂ ମସଫିକ୍ବେର ମହମ୍ମଦ ବୋଲି ଜଣାପଡିଛି । ସଟରକୁ କାଟି ସମ୍ପୂର୍ଣ୍ଣ ଧୂଆଁ ଭର୍ତ୍ତି ୫ମହଲାରୁ ଏହି ୨ ନାବାଳକଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ମୂତାବକ ଗତକାଲି ରାତିରେ ବାଣୀବିହାର ସ୍ଥିତ ମେଟ୍ରୋ ଟାଓ୍ବାରର ୫ମ ମହଲାରେ ଥିବା ଏକ ଅଫିସରେ ପ୍ଲାଏ କାମ ଚାଲୁଥିଲା । ରାତି ହେବାରୁ ମିସ୍ତ୍ରୀ ମାନେ ଚାଲିଯାଇଥିଲେ  । ହେଲେ ହେଲପର ଭାବେ କାମ କରୁଥିବା ଦୁଇ ନାବାଳକ ସେଠାରେ ରହି ଯାଇଥିଲେ । ଦୁଇ ଜଣ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଥିଲା । ନିଆଁ ଏପରି ଲାଗିଥିଲା ଯେ ଏହା ଧିରେ ଧିରେ ଅଫିସ ଚ୍ୟାମ୍ବରକୁ ବ୍ୟାପି ଯାଇଥିଲା  । ପରେ ଘଟଣା ନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ନାବାଳକଙ୍କୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.