ଭୁବନେଶ୍ୱର: ପ୍ରୀଜନ ଟୁ ପ୍ରାଇଡ୍ ସର୍ବ ଭାରତୀୟ ଅନଲାଇନ କାରାଗାର ଚେସର ସେମିଫାଇନାଲରେ ଭୁବନେଶ୍ଵରର ଝାରପଡ଼ା ଜେଲ । ଚେସ ଖେଳ ମାଧ୍ୟମରେ ଜେଲରେ ଥିବା ଅନ୍ତେବାସୀମାନଙ୍କର ମାନସିକ ଓ ବୌଦ୍ଧିକ ବିକାଶ ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ଉଦ୍ଦେଶ୍ୟରେ (ପ୍ରୀଜନ ଟୁ ପ୍ରାଇଡ୍ ) ସର୍ବଭାରତୀୟ କାରାଗାର ଚେସ ପ୍ରତିଯୋଗୀତାରେ ଓଡ଼ିଶାର ଝାରପଡା ଜେଲ ଶ୍ରେଷ୍ଠ ୪ ଦଳ ମଧ୍ୟରେ ରହି ସେମିଫାଇନାଲକୁ ପ୍ରବେଶ କରିଛି।
ଚେସ ଡଟ୍ କମ୍ ଅନଲାଇନ ପ୍ଲାଟଫର୍ମ ରେ ଦଶ ମିନିଟ ଯୁକ୍ତ ପାଞ୍ଚ ସେକେଣ୍ଡ ଇନ୍ କ୍ରିମେଣ୍ଟ ଫର୍ମାଟ ରେ ଆୟୋଜିତ ଉକ୍ତ ଆନ୍ତରଜାତୀୟ କାରାଗାର ଚେସ ପାଇଁ ଭରତ ରେ ବଛା ବଛା ୨୦ଟି କାରାଗାର ମଧ୍ଯ ରେ ପ୍ରତିଯୋଗୀତା ହୋଇଥଲା। ଏହି ମ୍ୟାଚ୍ ପୂର୍ବରୁ ଝାରପଡ଼ା କାରାଗାର ଓ ଚୌଦ୍ୱାର କାରାଗାର,ପୁରୀ କାରାଗାର ଓ ବ୍ରହ୍ମପୁର କାରାଗାର ର ଅନ୍ତେବାସୀ ଙ୍କୁ ପ୍ରିଜନ ଟୁ ପ୍ରାଇଡ କାର୍ଯ୍ୟକ୍ରମ ରେ ଅଫ୍ ଲାଇନ୍ରରେ ଗୁଣାତ୍ମକ ଚେସ ପ୍ରଶିକ୍ଷଣ ଦିଆ ଯାଇଥିଲା।
ଭାରତୀୟ ତୈଲ୍ୟ ନିଗମ( IOCL ) ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସଆର ଚେସ ପକ୍ଷରୁ ଆନ୍ତର୍ଜାତୀୟ ପ୍ରଶିକ୍ଷକ ସତ୍ୟ ରଞ୍ଜନ ପଟ୍ଟନାୟକ , ଅବିନାଶ ଦାଶ, ସତ୍ୟଜିତ ପଟ୍ଟନାୟକ , ସୁବାସ ଚଦ୍ର ଶତପଥୀ ,ମନୋଜ କୁମାର ରାୟ ,ଅଶୋକ ଶତପଥୀ ଓ ବିନାୟକ ରଥ ଗତ ଦୁଇ ମାସ ହେବ ୪ ଟି ଜେଲକୁ ଯାଇ ସ୍ଵତନ୍ତ୍ର ଚେସ ପ୍ରଶିକ୍ଷଣ ଦେଉଥିଲେ।
ଆଇଓସିଏଲର ବରିଷ୍ଠ କ୍ରୀଡା ଅଧିକାରୀ ମହୁଆ ପାଣିଗ୍ରାହୀ ଓ ସନ୍ତୋଷ କୁମାର ପାଣିଗ୍ରାହୀ ସମସ୍ତ ଅତ୍ୟାଧୁନିକ ଅନଲାଇନ୍ ସୁବିଧା ସୁଯୋଗ ଯୋଗାଇ ଥିଲେ।
ଗ୍ରାଣ୍ଡ ମାଷ୍ଟର ଅଭିଜିତ କୁନ୍ତେ, ଏମ ଲଲିଥ ବାବୁ, ମହିଳା ଗ୍ରାଣ୍ଡ ମାଷ୍ଟର ସ୍ଵମ୍ୟା ସ୍ୱାମିନାଥନ ଆଇଓସିଏଲର ବରିଷ୍ଠ ଅଧିକାରୀ ବି ଜି ଯୋଗେଲକର,ମୟୂର କାଦେରକର ଚେସ ଡଟ୍ କମ୍ ର ରାକେଶ କୁଲକର୍ଣି ଙ୍କ ସହଯୋଗରେ ଏହା ଅନୁଷ୍ଠିତ ହୋଇଥିଲା।
ଅକ୍ଟୋବର ମାସ ୧୩ ଓ ୧୪ ତାରିଖରେ ଅନଲାଇନ ପ୍ଲାଟଫର୍ମ ରେ ଫାଇଡ଼ି ଦ୍ଵାରା ଅନୁଷ୍ଠିତ ହେବାକୁ ଥିବା ବିଶ୍ବ କାରାଗାର ଚେସ ପ୍ରତିଯୋଗିତାରେ ପ୍ରତି ଯୋଗିତାର ଶ୍ରେଷ୍ଠ ଦୁଇ ଦଳ ସିଧାସଳଖ ଭାରତ ତରଫରୁ ଅଂଶଗ୍ରହଣ କରିବେ। ଆଜି ସେମିଫାଇନାଲ ଓ ଫାଇନାଲ ଖେଳ ଅନୁଷ୍ଠିତ ହେବ।
କଟକର ଚୌଦ୍ବାର ଜେଲ୍ ୫ମ ସ୍ଥାନରେ ରହି ଅଳ୍ପକରେ ସେମିଫାଇନାଲ ରୁ ବଞ୍ଚିତ ହୋଇଥିବାବେଳେ ପୁରୀ ଜେଲ ୮ମ ବରହ୍ମପୂର୍ ଜେଲ୍ ୧୭ ତମ ସ୍ଥାନରେ ରହିଥିଲେ।
Comments are closed.