Latest Odisha News

BREAKING NEWS

୨୦୨୪ରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ସମ୍ଭବ ନୁହେଁ !

ନୂଆଦିଲ୍ଲୀ: ୨୦୨୪ରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରିବା ସମ୍ଭବ ନୁହେଁ। ଏକ ସୂତ୍ରରୁ ଏହି ସୂଚନା ମିଳିଛି। ତେବେ ଏହା ସମ୍ଭବ ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ’ ଉପରେ ଆଇନ ଆୟୋଗର ରିପୋର୍ଟ ପ୍ରସ୍ତୁତ ହୋଇପାରେ। ଆଇନ ଆୟୋଗ ଏହାର ରିପୋର୍ଟରେ ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ’ କିପରି ସମ୍ଭବ ହୋଇପାରିବ ଏବଂ ଏଥିପାଇଁ ସମ୍ବିଧାନରେ କେଉଁ ସଂଶୋଧନ କରିବାକୁ ପଡିବ ସେ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିପାରିବେ।

ମୋଦୀ ସରକାର ସେପ୍ଟେମ୍ବର ୨ରେ ଏକ କମିଟି ଗଠନ କରି ଲୋକସଭା, ସମସ୍ତ ବିଧାନସଭା, ସ୍ଥାନୀୟ ପଞ୍ଚାୟତ ଏବଂ ଏପରିକି ପୌରସଂସ୍ଥା ପାଇଁ ଏକକାଳୀନ ନିର୍ବାଚନ କରିବା ପାଇଁ ସମସ୍ତ ଦିଗ ଉପରେ ଆଲୋଚନା କରିଥିଲେ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏହି କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ.କେ ସିଂ, ଲୋକସଭା ସୁଭାଷର ପୂର୍ବତନ ମହାସଚିବ ସୁଭାଷ କାଶ୍ୟପ, ବରିଷ୍ଠ ଅଧିବକ୍ତା ହରିଶ ସାଲଭେ ଏବଂ ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀ ରହିଛନ୍ତି। ତେବେ ଏହି କମିଟିରେ ଯୋଗଦେବାକୁ ଅଧିର ରଞ୍ଜନ ଚୌଧୁରୀ ମନା କରିଦେଇଥିଲେ।

Comments are closed.