ନୂଆଦିଲ୍ଲୀ: ଏଆଇଏମଆଇଏମ ଏବଂ ଦଳର ମୁଖ୍ୟ ଅସଦୁଦ୍ଦିନ ଓବେସୀଙ୍କ ସାନ ଭାଇ ଅକବରୁଦ୍ଦିନ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ଅସଦୁଦ୍ଦିନ ଓବେସୀଙ୍କ ଦଳକୁ ବିଜେପି ସହ ଯୋଡିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଅକବରୁଦ୍ଦିନ କହିଛନ୍ତି, ‘ ମୋତେ ଛାଡନି । ଆମ ସାମ୍ନାରେ କେହି ଜିତି ପାରିବେ ନାହିଁ । ଛାଡିଲେ ପସ୍ତେଇବ ।’
ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅକବରୁଦ୍ଦିନ ଆହୁରି କହିଛନ୍ତି, ‘ମଜାରେ ମଜାରେ ଅଭିଯୋଗ ଆଣିଥିବା ଲୋକ, ତୁମର ମୁଖିଆ ଗୋଟିଏ ଇମାରତ କରିଛନ୍ତି ? କେହି ଗାନ୍ଧୀ କରିଛନ୍ତି ? କେହି ମୋଦି କରିଛନ୍ତି ? କେବଳ ଓବେସୀ ଏତେ ବଡ ବଡ ଇମାରତ ତିଆରି କରିଛନ୍ତି ।’
ସେ କହିଛନ୍ତି, ଓବେସୀ କେଉଁଠୁ ଆସିଛନ୍ତି ବୋଲି ପଚାରୁଛନ୍ତି । ମୋତେ ଛାଡନି । ଆମ ସାମ୍ନାରେ ତୁମେ ଛିଡ଼ା ହୋଇ ପାରିବ ନାହିଁ । ଏମାନଙ୍କ ପାଖରେ କିଛି ନାହିଁ । କେବଳ ଇଟାଲିବାଲା ଏବଂରୋମ ବାଲା ଏମାନଙ୍କ ପାଖରେ ଅଛନ୍ତି ।ସବୁ କିଛି ବାହାରୁ ନେଇ ଆସୁଛନ୍ତି ଏମାନେ ।
ସୂଚନାଥାଉ କି, AIMIMର ମୁଖ୍ୟ ଅସଦୁଦ୍ଦିନ ଓବେସୀ ରାହୁଲ ଗାନ୍ଧୀଙ୍କୁ ହାଇଦ୍ରାବାଦରୁ ନିର୍ବାଚନ ଲଢିବା ପାଇଁ ଖୋଲା ଚାଲେଞ୍ଜ ଦେଇଥିଲେ । ଓବେସୀ କହିଥିଲେ, ‘ୱାଇନାଡାରୁ ନୁହେଁ, ବରଂ ହାଇଦ୍ରାବାଦରୁ ନିର୍ବାଚନ ଲଢି ଦେଖାଅ । ଏଥିସହିତ କଂଗ୍ରେସ ଉପରେ ଆକ୍ରମଣ କରି ସେ କହିଥିଲେ, କଂଗ୍ରେସ କେବଳ ବଡବଡ କଥା କହୁଛି । ରାହୁଲ ଗାନ୍ଧୀ ମୋ ବିରୁଦ୍ଧରେ ଛିଡା ହୁଅନ୍ତୁ ଏବଂ ମୋ ବିରୁଦ୍ଧରେ ନିର୍ବାଚନ ଲଢନ୍ତୁ । ମୁଁ ପ୍ରସ୍ତୁତ ଅଛି ।’
Comments are closed.