Latest Odisha News

BREAKING NEWS

କ୍ଷତିପୂରଣ ଦାବିରେ ରାସ୍ତାରେ ମୃତଦେହ ରଖି ସୋନପୁର-ସମ୍ବଲପୁର ରାଜରାସ୍ତା ଅବରୋଧ

ସୁବର୍ଣ୍ଣପୁର : ରାସ୍ତାରେ ମୃତଦେହ ରଖି ସୋନପୁର -ସମ୍ବଲପୁର ରାଜରାସ୍ତା ଅବରୋଧ କଲେ ପରିବାର ଲୋକେ  । ଏଭଳି ଘଟଣା ଦେଖିବାକୁ ମିଳିଛି  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଉଦେପଦର ଛକରେ  ।  କ୍ଷତି ପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକ ଓ ଗ୍ରାମବାସୀ । ସୂଚନା ମୂତାବକ ଗତକାଲି ଉଦେପଦର ଛକରେ ଏକ ସଡକ ଦୁର୍ଘଟଣାରେ ନିରଞ୍ଜନ ପ୍ରଧାନ ନାମକ ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ଘଟିଥିଲା  । 

ନିରଞ୍ଜନ ଉଲୁଣ୍ଡାରୁ ନିଜ ଘରକୁ ବାଇକରେ ଫେରୁଥିବା ବେଳେ ରାସ୍ତା କଡରେ  ଛିଡା ହୋଇଥିବା ଏକ ମିକ୍ସଚର ମେସିନ୍ ପଛରେ ଧକ୍କା ହୋଇଥିଲେ । ଫଳରେ ରାସ୍ତାରେ ଛିଟିକି ପଡିବା ସହ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା  । ଫଳରେ  ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଉତ୍ତ୍ୟକ୍ତ ଲୋକେ  କ୍ଷତି ପୂରଣ ଦାବିରେ ସୋନପୁର -ସମ୍ବଲପୁର ରାଜରାସ୍ତା ଅବରୋଧ କରିଥିଲେ  । ଫଳରେ ଶହ ଶହ ଗାଡି ମଟର ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିଲା ।

Leave A Reply

Your email address will not be published.