ସୁନ୍ଦରଗଡ: ସେ ଦୃଶ୍ୟ ଖାଲି ଲଜ୍ଜାଜନକ ନ ଥିଲା । ବରଂ ସଭ୍ୟ ସମାଜ ପ୍ରତି ଥିଲା ଏକ ଅପମାନ । ଜନଗହଳିପୂର୍ଣ୍ଣ ରାସ୍ତାରେ ଚାଲିଥିଲେ ୨ ଜଣ ମହିଳା । ଜଣଙ୍କ ବୟସ ୨୭ ଏବଂ ଅନ୍ୟ ଜଣଙ୍କର ୪୫ । ଦେହରେ ପୋଷାକ ନ ଥିଲା । ସମ୍ପୂର୍ଣ୍ଣ ନଗ୍ନ । ସମସ୍ତେ ଦେଖୁଥିଲେ । ହେଲେ କେହି ଭାବୁ ନ ଥିଲେ କାହିଁକି ଏମାନେ ଏମିତି ଯାଉଛନ୍ତି । କେହିଁ ଚାହିଁ ନ ଥିଲେ ପୋଷାକ ଖଣ୍ଡିଏ ବଢାଇ ଦେବା ପାଇଁ । ଯାହା ହେଉ, ସେହି ବାଟ ଦେଇ ଯାଉଥିଲେ ବିଜେପି ବିଧାୟିକା କୁସୁମ ଟେଟେ । ଏ ଦୃଶ୍ୟ ଦେଖି ଗାଡି ଅଟକାଇଥିଲେ । ସେମାନଙ୍କ ପାଖକୁ ଯାଇ ତାଙ୍କୁ ପୋଷାକ ଦେଇଥିଲେ । କର୍ମୀଙ୍କ ସହାୟତାରେ ସେମାନଙ୍କୁ ଆସ୍ଥା ଗୃହକୁ ପଠାଇ ଦେଇଛନ୍ତି ।
ରାସ୍ତା ଉପରେ ବୁଲୁଥିଲେ ୩ ଜଣ ମହିଳା ପୁଣି ନିବସ୍ତ୍ର ଭାବେ । ଉଭୟ ଖୁବ କ୍ଳାନ୍ତ ଏବଂ ଦୁର୍ବଳ ଦେଖା ଯାଉଥିଲେ । ସେମାନେ କିଏ ଏବଂ କେଉଁଠୁ ଆସିଲେ, କୁଆଡେ ଯାଉଥିଲେ କିଛି ଜଣା ନାହିଁ । ଏ ଦୃଶ୍ୟ ଥିଲା ସୁନ୍ଦରଗଡ ସହରର । ରାସ୍ତାରେ ଭିଡ ଲାଗି ରହିଥିଲା । ସମସ୍ତେ ଯାଆସ କରୁଥିଲେ । ଚାହୁଁଥିଲେ । କେହି ଆଗେଇ ଆସି ନ ଥିଲେ ।
ଏହି ସମୟରେ ଆଦିବାସୀଙ୍କ ପକ୍ଷରୁ ଆୟୋଜିତ ଏକ ବିକ୍ଷୋଭରେ ସାମିଲ ହେବାକୁ ଯାଉଥିଲେ ବିଜେପି ବିଧାୟିକା କୁସୁମ ଟେଟେ । ମହିଳା ଦୁହିଁଙ୍କୁ ଦେଖି ନିଜ ଗାଡି ଅଟକାଇଥିଲେ । ନିଜ ଗାଡିରେ ଥିବା ଉତ୍ତରୀୟ ଆଣି ଦୁଇ ମିହଳାଙ୍କୁ ପିନ୍ଧାଇ ଦେଇଥିଲେ । ପରେ ନିଜ କର୍ମୀଙ୍କ ସହାୟତାରେ ମହିଳା ଦ୍ୱୟଙ୍କୁ ସଦରଥାନା ପୁଲିସ୍ ଓ ଆସ୍ଥା ଗୃହର ସମ୍ପାଦିକାଙ୍କ ଜିମାରେ ଦେଇଥିଲେ। ବିଧାୟିକାଙ୍କ ଏହି କାମ ପାଇଁ ବିଭିନ୍ନ ଅଞ୍ଚଳରୁ ପ୍ରଶଂସାର ସୁଅ ଛୁଟିଛି ।
Comments are closed.