Latest Odisha News

BREAKING NEWS

ଇସ୍ରାଏଲରୁ ସ୍ଵଦେଶକୁ ଫେରିଲେ ଭାରତୀୟ, ୨୧୨ ଭାରତୀୟଙ୍କୁ ନେଇ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲା ପ୍ରଥମ ବିମାନ

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଶତାଧିକ ଭାରତୀୟ ନାଗରିକ ଇସ୍ରାଏଲରେ ଫସି ରହିଛନ୍ତି । ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ମୋଦୀ ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି । ଏହି ଅପରେସନ ଅଧୀନରେ ଭାରତୀୟ ନାଗରିକଙ୍କ ପ୍ରଥମ ବିମାନ ଇସ୍ରାଏଲରୁ ଆସି ଦିଲ୍ଲୀରେ ପହଞ୍ଚିଛି ।

ଆଜି ସକାଳେ ଇସ୍ରାଏଲରୁ ପ୍ରଥମ ବ୍ୟାଚରେ ୨୧୨ ଜଣ ଭାରତୀୟ ନାଗରିକଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିମାନ ବନ୍ଦରରେ ଉପସ୍ଥିତ ରହି ଭାରତୀୟମାନଙ୍କୁ ସ୍ବାଗତ କରିଛନ୍ତି ଏବଂ ସେମାନଙ୍କ ସହ କଥା ହୋଇଛନ୍ତି । ଗତକାଲି ରାତିରେ ଭାରତୀୟଙ୍କୁ ନେଇ ତେଲ ଅବିବରୁ ଭାରତୀୟଙ୍କୁ ନେଇ ବିମାନ ବାହାରିଥିଲା ।

ସୂଚନାଯୋଗ୍ୟ ଯେ, ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଦେଖି ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ସହାୟତା ଲାଗି ୨୪ ଘଣ୍ଟା ହେଲ୍ପ ଲାଇନ୍ ନମ୍ବର ଓ ଇମେଲ୍ ଆଇଡି ଜାରି କରିଛି । ଏଥିସହ ଗତ ବୁଧବାର ଠାରୁ ଅପରେସନ୍ ଅଜୟ ଆରମ୍ଭ ହୋଇଥିବାବେଳେ ଆଜି ପ୍ରଥମ ବ୍ୟାଚ ଭାରତରେ ପହଞ୍ଚିଛନ୍ତି । ଅପରେସନ ଅଜୟରେ ସ୍ପେଶାଲ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଉଛି । ପାଖାପାଖି ୧୮,୦୦୦ରୁ ଅଧିକ ଭାରତୀୟ ଇସ୍ରାଏଲରେ ରହୁଛନ୍ତି । ଏଥିରୁ ୧୨ ଜଣ ବେଷ୍ଟ ବ୍ୟାଙ୍କରେ ଏବଂ ତିନି ରୁ ଚାରି ଜଣ ଗାଜାରେ ଅଛନ୍ତି ।

ହମାସ୍ ସହ ଇସ୍ରାଏଲର ଘମାସାନ ଯୁଦ୍ଧ ଜାରି ରହିଛି । ଏହି ଲଢେଇରେ ଦୁଇ ଦେଶର ନାଗରିକଙ୍କ ସମେତ ଆମେରିକା ଓ ନେପାଳୀ ନାଗରିକଙ୍କ ମୃତ୍ୟୁ ହୋଇଛି । ତେବେ ସଂଘର୍ଷରେ କୌଣସି ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇନି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 

Comments are closed.