Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଭାଦ୍ରବ ମାସର ପର୍ବପର୍ବାଣୀ ( ୨ )

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମ୍ପରା ଅନୁସାରେ ଭାଦ୍ରବ ମାସରେ ଅନୁଷ୍ଠିତ ହେଉଥିବା କିଛି ପର୍ବପର୍ବାଣୀ ବିଷୟରେ ଆମେ ଜାଣିଲେ । ଏହି ଭାଦ୍ରବ ମାସରେ ସବୁଠାରୁ ଅଧିକ ପର୍ବ ପର୍ବାଣୀ ପାଳିତ ହେଉଥିବାରୁ, ଆସନ୍ତୁ ଜାଣିବା ପୁଣି ଅମାବାସ୍ୟାଠାରୁ ପୂର୍ଣ୍ଣିମା ମଧ୍ୟରେ ପାଳିତ ହେଉଥିବା କିଛି ପର୍ବ ପର୍ବାଣୀ ବିଷୟରେ। ପ୍ରଥମେ ଜାଣିବା

ସପ୍ତପୁରୀ ଅମାବାସ୍ୟା ଓ ବସ୍ତ୍ର ହରଣ ନୀତି :- ଭାଦ୍ରବ ମାସ ଅମାବାସ୍ୟା ତିଥିରେ ଏହି ଦୁଇଟି ନୀତି ପାଳିତ ହୋଇଥାଏ। ସପ୍ତପୁରୀ ଅମାବାସ୍ୟାଟି ଶ୍ରୀମନ୍ଦିର ପରମ୍ପରା ଆଧାରିତ ଏଥିରେ ସପ୍ତପୁରୀ ତାଟ ଆସିଥାଏ। ବସ୍ତ୍ର ହରଣଟି ଶ୍ରୀକୃଷ୍ଣ ଲୀଳା ଉପରେ ଆଧାରିତ।

ଶ୍ରୀଗଣେଷ ଜନ୍ମ :- ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଏହା ପାଳିତ ହୋଇଥାଏ। ସେଥିପାଇଁ ଏହି ଗଣ ପର୍ବଟି ଗଣେଷ ଚତୁର୍ଥୀ ଭାବରେ ଖ୍ୟାତ।

ଋଷି ପଞ୍ଚମୀ ବ୍ରତ ଓ ଦାହ ଲୀଳା :- ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଏହି ବ୍ରତ ଓ ଦାହ ଲୀଳା ପାଳିତ ହୋଇଥାଏ

ଶ୍ରୀରାଧା ଅଷ୍ଟମୀ :- ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀରାଧା ଅଷ୍ଟମୀ ଉତ୍ସବ ଶ୍ରୀମନ୍ଦିରରେ ଆଡ଼ମ୍ବରରେ ପାଳିତ ହୋଇଥାଏ।

ଲବଣୀ ଖିଆ, ମଥୁରା ହାଟ ଯୁର :- ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହି ନୀତି ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଥାଏ।

ଶ୍ରୀ ବାମନ ଜନ୍ମ ଓ ସୁନିଆ ଗରୁଡ଼ ପାର୍ଶ୍ଵ ପରିବର୍ତ୍ତନ ତଥା ଇନ୍ଦ୍ରଧ୍ୱଜ ପୂଜା :- ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଏହିସବୁ ନୀତି ପାଳିତ ହୋଇଥାଏ। ବିଶେଶତଃ ସୁନିଆ ଶ୍ରୀନହର ବା ଗଜପତିଙ୍କ ନିବାସରେ ପାଳିତ ହୋଇଥାଏ। ଏହି ଦିନଠାରୁ ପୁରୀ ଗଜପତିଙ୍କ ନୂତନ ବର୍ଷ ଗଣତି ହୁଏ।

ଅନନ୍ତ ବ୍ରତ :- ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏହି ବ୍ରତ ପାଳିତ ହୋଇଥାଏ।

ଇନ୍ଦ୍ରଉତ୍ସବ :- ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଶ୍ରୀନନ୍ଦିରରେ ଏହି ବିଶେଷ ଉତ୍ସବ ପାଳିତ ହୋଇଥାଏ।

ଆଗାମୀ ଅଧ୍ୟାୟରେ ଜାଣିବା ସମ୍ପୂର୍ଣ୍ଣ ଅଶ୍ୱିନ ମାସର ପର୍ବ ପର୍ବାଣୀ ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।

ସାଧୁଙ୍କ ଦର୍ଶନ ମାତ୍ରେ
ଦୁରିତ ନ ରହଇ ଗାତ୍ରେ।
ଏଣେ ଯେ ଭଜେ କୃଷ୍ଣ ପାଦ
ତାହାକୁ ନଲାଗେ ପ୍ରମାଦ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.