Latest Odisha News

BREAKING NEWS

ପୂର୍ବତନ ଡିଜିଙ୍କୁ ଛାଡିଲେନି ଲୁଟେରା: ଘରେ ପଶି ଲୁଟିନେଲେ ଟଙ୍କା ଓ ଅନ୍ୟ ଆସବାବପତ୍ର

ଭୁବନେଶ୍ୱର:ଲୁଟେରାଙ୍କ କବଜାରେ ରାଜଧାନୀ । ଲୁଟେରାଙ୍କୁ କବଳରୁ ଏଠି କେହି ବି ବାଦ ପଡୁନାହାନ୍ତି । ଏପରିକି ପୋଲିସ ଅଫିସର ବି ନୁହେଁ । ପୋଲିସକୁ ଚକମା ଦେଇ ପୋଲିସଙ୍କ ଘରୁ  ଲୁଟ !  CRPFର ପୂର୍ବତନ ଡିଜି ବ୍ରଜ ବିହାରୀ ମିଶ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୁରୁଣା ଭୁବନେଶ୍ୱର ରଥ ରୋଡ୍‌ ସ୍ଥିତ ଘରୁ ଚୋରି ହୋଇଥିବା ନେଇ ସେ ଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି ।

ଏତଲାରେ ସେ ଦର୍ଶାଇଛନ୍ତି ଲୁଟେରାମାନେ ତାଙ୍କ ଘରୁ ନଗଦ ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ଲୁଟି ନେଇଛନ୍ତି । ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ଯାଞ୍ଚ କରୁଛି ।  CRPFର ପୂର୍ବତନ ଡିଜିଙ୍କ ଘର ନିକଟରେ ଲାଗିଥିବା ସିସଟିଭିକୁ  ଯାଞ୍ଚ କରୁଛି ପୋଲିସ ।

Comments are closed.