ନୂଆଦିଲ୍ଲୀ : ଦେଶ ସ୍ବାଧୀନତାର ୭୬ ବର୍ଷ ପରେ ସିଆଚେନ୍ ଗ୍ଲାସିଅରରେ ପ୍ରଥମ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି । ଯାହାକି ୧୫, ୫୦୦ ଫୁଟରୁ ଅଧିକ ଉଚ୍ଚରେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ଅଟେ । ବିଏସଏନଏଲ ସହଯୋଗିତାରେ ଭାରତୀୟ ସେନା ପ୍ରଥମ ଥର ଏହି ମୋବାଇଲ ଟାୱାର ସ୍ଥାପନ କରିଛି । ଏହା ଭାରତୀୟ ଯବାନ ମାନଙ୍କୁ ମୋବାଇଲ ଫୋନ ସେବା ଯୋଗାଇବ । ଏହାଦ୍ବାରା ସିଆଚେନରେ ଥିବା ଯବାନମାନେ ସେମାନଙ୍କ ପରିବାର ଓ ସଂପର୍କୀୟଙ୍କ ସହ ମୋବାଇଲ ଫୋନରେ ଯୋଗାଯୋଗ କରିପାରିବେ । ସିଆଚେନରେ ସ୍ଥାପିତ ମୋବାଇଲ ଟାୱାରର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶତ୍ରୁ ଦେଶ ଉପରେ ନଜର ରଖିବା ଏବଂ ଯୋଯୋଯୋଗ ପାଇଁ ଏହି ଟାୱାର ନିର୍ମାଣ କରାଯାଇଛି ।
ଶିଳ୍ପପତି ଆନନ୍ଦ ମହିଦ୍ରା ଏହାର ଫଟୋ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି । ମୋବାଇଲ ନେଟଓ୍ବର୍କ ଆସୁନଥିବାରୁ ଯବାନ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ମୋବାଇଲ ଟାୱାର ପ୍ରତିଷ୍ଠା ପରେ ଯବାନମାନେ ସେମାନଙ୍କ ନିଜ ଲୋକଙ୍କ ସହ ସହଜରେ କଥାବାର୍ତ୍ତା କରିପାରିବେ । ଏହି ଖବରକୁ ନେଇ କେନ୍ଦ୍ର ସଂଚାର ରାଜ୍ୟ ମନ୍ତ୍ରୀ ଦେବସିଂହ ଚୌହାନ୍ ଟ୍ବିଟରରେ କିଛି ଫଟୋ ସେୟାର କରି ଲେଖିଛନ୍ତି ବିଏସ୍ଏନ୍ଏଲ୍ ସିଆଚେନ୍ ଗ୍ଲାସିଅରରେ ପ୍ରଥମ ମୋବାଇଲ୍ ଟାୱାର ସ୍ଥାପନ କରିଛି । ବର୍ତ୍ତମାନ ଆମର ହିରୋମାନେ ସେମାନଙ୍କ ପ୍ରିୟଜନଙ୍କ ସହ ସୁବିଧାରେ କଥା ହୋଇପାରିବେ । @BSNLCorporate ଏବଂ #SiachenWarriors କୁ ଅଭିନନ୍ଦନ । ସେପଟେ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ଖବରରେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ବିକ୍ରମ ଲାଣ୍ଡରଙ୍କ ପରି ଏହି ଉପକରଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
Comments are closed.