Latest Odisha News

BREAKING NEWS

ବ୍ୟକ୍ତିଗତ ଫୋନ୍ ନମ୍ବର ଦେଲେ ଆର୍‌ଡିସି;ଦୁଇ ଦିନରେ ଆସିଲାଣି ୧୫୦ରୁ ଅଧିକ ଅଭିଯୋଗ

ବ୍ରହ୍ମପୁର:ଆଉ ବ୍ରହ୍ମପୁର ସ୍ଥିତ ଆର୍‌ଡିସି କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି । ଲୋକଙ୍କ ଅଭିଯୋଗ ଶୁଣିବାକୁ ବ୍ୟକ୍ତିଗତ ଫୋନ୍ ନମ୍ବର ଦେଲେ ଆର୍‌ଡିସି । ଏବେ ଚର୍ଚ୍ଚାରେ ଦକ୍ଷିଣାଞ୍ଚଳ ଆର୍‌ଡିସି ବିଜୟ ଅମୃତା କୁଲାଙ୍ଗେଙ୍କ ଏହି ନୂଆ ପଦକ୍ଷେପ। ଦକ୍ଷିଣାଞ୍ଚଳ ଆର୍‌ଡିସି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ସେ ଏଭଳି ଉଦ୍ୟମ ଆରମ୍ଭ କରିଛନ୍ତି ।

ସୂଚନାଥାଉକି, ଦୁଇ ଦିନ ତଳେ ନମ୍ବର ସେୟାର କରିବା ପରଠାରୁ ଏବେ ସୁଦ୍ଧା ୧୫୦ରୁ ଅଧିକ ଅଭିଯୋଗ ଆସିସାରିଲାଣି। ସେଥିମଧ୍ୟରୁ କିଛି ଅଭିଯୋଗର ସମାଧାନ ମଧ୍ୟ ହୋଇଥିବା ଜଣାପଡ଼ିଛି ।

ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାର ଯେକୌଣସି ଗାଁର ଲୋକ ଏବେ ସିଧାସଳଖ ତାଙ୍କୁ ନିଜ ଅଭିଯୋଗ ଜଣାଇପାରିବେ । ଏଥିପାଇଁ ଆର୍‌ଡିସି ନିଜର ବ୍ୟକ୍ତିଗତ ଫୋନ୍ ନମ୍ବରକୁ ଏକ୍ସରେ ସେୟାର କରିଛନ୍ତି ।ଫୋନ୍ କଲ୍ ବ୍ୟତୀତ ନିଜ ସମସ୍ୟା ସମ୍ପର୍କିତ ଫଟୋ ଏବଂ ଲିଖିତ ଅଭିଯୋଗ ମଧ୍ୟ ସେହି ନମ୍ବରକୁ ପଠାଇପାରିବେ ଲୋକେ।

ଆର୍‌ଡିସିଙ୍କ ଅନୁସାରେ, ଏହାଦ୍ୱାରା ଅଭିଯୋଗ ଉପରେ ଶୀଘ୍ର ପଦକ୍ଷେପ ନେବା ସହ ସମସ୍ୟାର ସମାଧାନ କରିବା ସହଜ ହେବ ।

 

Leave A Reply

Your email address will not be published.