Latest Odisha News

BREAKING NEWS

ଦୁନିଆର ସବୁଠୁ ଲମ୍ବା କାର, ରହିଛି ହେଲିପ୍ୟାଡ଼

ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆଜିକାଲି ଭିନ୍ନ ଭିନ୍ନ ଡ଼ିଜାଇନର କାର ବଜାରକୁ ଆସୁଛି । ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ । କେବଳ ଛୋଟ ନୁହେଁ ଅନେକ ବଡ଼ କାର ମଧ୍ୟ ତିଆରି କରାଯାଉଛି । କିନ୍ତୁ ଆପଣ ଜାଣିଛନ୍ତି କି ଦୁନିଆର ସବୁଠାରୁ ଲମ୍ବା କାର କେଉଁଟା?

କାଲିଫର୍ଣ୍ଣିଆ: ସୋସିଆଲ ମିଡିଆ ପ୍ଲାଟଫର୍ମ କୋରାରେ କେହି ଜଣେ ପ୍ରଶ୍ନ ପଚାରିଥିଲେ, ଦୁନିଆର ସବୁଠୁ ବଡ କାର କେଉଁଟା? କୋରା ହେଉଛି ଏମିତି ଏକ ପ୍ଲାଟଫର୍ମ ଯେଉଁଥିରେ ସାଧାରଣ ଲୋକମାନେ ସେମାନଙ୍କର ପ୍ରଶ୍ନ ପଚାରନ୍ତି ଏବଂ ସାଧାରଣ ଲୋକମାନେ ସେମାନଙ୍କୁ ଉତ୍ତର ଦିଅନ୍ତି । ଅନେକ ଥର ଏହି ଉତ୍ତରଗୁଡିକ ବିଶ୍ୱାସଯୋଗ୍ୟ ହୋଇ ନ ଥାଏ ।

ଦୁନିଆର ଦୀର୍ଘତମ କାର ସମ୍ପର୍କରେ ଅନେକ ଉତ୍ତର ରଖିଥିଲେ । ସେହି କାରର ନାମ ହେଉଛି ‘ଦ ଆମେରିକାନ୍ ଡ୍ରିମ୍‌’ । ଏହାର ନାମ ଗିନିଜ୍ ୱାର୍ଲର୍ଡ ରେକର୍ଡରେ ସ୍ଥାନ ପାଇଛି । ଏହି କାରର ଲମ୍ବ ୧୦୦ ଫୁଟ । ଏହାର ନିର୍ମାତା ହେଉଛନ୍ତି ଜେ ଅରବର୍ଗ । ଏହି ଦୀଘତମ କାର ୧୯୮୬ରେ ତିଆରି କରାଯାଇଥିଲା । ଆମେରିକାର ବୁର ବ୍ୟାଙ୍କରେ ଏହା ତିଆରି କରାଯାଇଥିଲା ।

ଗିନିଜ ୱାର୍ଲର୍ଡ ରେକର୍ଡ ଅନୁଯାୟୀ, ‘ଦି ଆମେରିକାନ୍ ଡ୍ରିମ୍‌’ ସବୁଠାରୁ ଲମ୍ବା କାର ଅଟେ । କାରଟି ଏହାର ନାମ ୧୯୮୬ରେ ପଞ୍ଜୀକୃତ କରିଥିଲା । କାରଟି ୧୦ଫୁଟ ଲମ୍ବ, ଯାହା ପ୍ରାୟ ୧୦ ମହଲା କୋଠା ସହିତ ସମାନ । ଏହି କାରକୁ କୌଣସି କମ୍ପାନୀ ଡିଜାଇନ କରିନାହାନ୍ତି, କିନ୍ତୁ ଫିଲ୍ମ ପାଇଁ ଜଣେ ଜଣାଶୁଣା ଯାନ ଡିଜାଇନର ଜୟ ଅରବର୍ଗଙ୍କ ଦ୍ୱାରା ଡିଜାଇନ କରାଯାଇଥିଲା । ଆମେରିକାର କାଲିଫର୍ନିଆରେ ରହୁଥିବା ଜୟ କାରଗୁଡ଼ିକୁ ବହୁତ ଭଲ ପାଉଥିଲେ ।

ଅନେକ କାର ପାଇଁ ଚମତ୍କାର ଡିଜାଇନ ତିଆରି କରିଥିଲେ । ଡିଜାଇନର ୧୯୮୦ରେ କାର ଡିଜାଇନ କରିଥିଲେ ଏବଂ ୧୯୯୨ରେ ଏହି ଡିଜାଇନ କାର୍ଯ୍ୟକାରୀ ହୋଇଥିଲା । କାରର ଆଗ ଏବଂ ପଛରେ ଭି-୮ ଇଞ୍ଜିନ ଲଗାଯାଇଥିଲା । ଏହି କାରରେ କେବଳ ସୁଇମିଂ ପୁଲ୍‌, ଏକ ଛୋଟ ଗଲ୍ଫ କୋର୍ସ, ବାଥ ଟବ୍‌, ଅନେକ ଟିଭି, ଫ୍ରିଜ୍ ଏବଂ ଟେଲିଫୋନ୍ ରହିଛି । ସବୁଠାରୁ ବିଶେଷ କଥା ହେଲା ଏଥିରେ ହେଲିପ୍ୟାଡ୍ ମଧ୍ୟ ରହିଥିଲା । ଯେଉଁଥିରେ ହେଲିକପ୍ଟର ଅବତରଣ କରିପାରିବ । ଏହି କାରରେ ୭୦ ଲୋକ ବସିବାର କ୍ଷମତା ରହିଛି ।

Comments are closed.