Latest Odisha News

BREAKING NEWS

ଛାଡ଼ପତ୍ର ମାମଲା: ହାଇକୋର୍ଟ ଗଲେ ଅନୁଭବ

କଟକ: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା ଏବେ ପୁଣିଥରେ ଚର୍ଚ୍ଚାରେ। କେତେବେଳେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ଆଉ କେତେବେଳେ କୋର୍ଟଙ୍କ ରାୟ ପରେ ଛାଡ଼ପତ୍ର ମାମଲା ଚର୍ଚ୍ଚାକୁ ଆସୁଛି। ଏସବୁ ମଧ୍ୟରେ ଆଉଥରେ ହାଇକୋର୍ଟ ଗଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି।

ସୂଚନା ଅନୁଯାୟୀ, ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ପାଇଁ ମାମଲା ଦାୟର କରିଥିବା ବେଳେ ଏକତ୍ର ରହିବା ନେଇ ବର୍ଷା ଆବେଦନ କରିଥିଲେ । ଅକ୍ଟୋବର ୩୦ ସୁଦ୍ଧା ମାମଲା ଶେଷ କରି ରାୟ ଦେବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ଷ୍ଟାର୍‌ ଦମ୍ପତିଙ୍କ ପାରିବାରିକ ବିବାଦ ମାମଲା ଶେଷ କରି କିନ୍ତୁ ଉଭୟଙ୍କ ଆବେଦନକୁ ଖାରଜ କରିଥିଲେ କଟକ ପରିବାର ଅଦାଲତ । ଯାହାକୁ ନେଇ ପୁଣିଥରେ ହାଇକୋର୍ଟ ଯାଇଛନ୍ତି ଅନୁଭବ ।

ଗତ ସେପ୍ଟେମ୍ବର ୨୨ ତାରିଖରେ ରାୟ ଶୁଣାଇଥିଲେ କଟକ ପରିବାର ଅଦାଲତ। ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଆବେଦନ କରିଥିଲେ ଅନୁଭବ। ତେବେ ଏହି ଆବେଦନକୁ ଖାରଜ କରିଥିଲେ କୋର୍ଟ । ଦୟାକରି ମୋତେ ଛାଡପତ୍ର ଦେଇଦିଅ । ପୁଣି ଥରେ ବର୍ଷାଙ୍କ ପାଇଁ ଭାବବିହ୍ୱଳ ପୋଷ୍ଟ କରିଥିଲେ ଅନୁଭବ । ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସାଂସଦ ଅନୁଭବ ମହାନ୍ତି ନୂଆ ଭିଡିଓ ଛାଡିଥିଲେ । ଅନୁଭବ କହିଛନ୍ତି ଯେ, ନାଁ ମୁଁ ଭଲ ସ୍ୱାମୀ ହୋଇପାରିଲି ନାଁ ଭଲ ବନ୍ଧୁ । ଏଥର ମୋତେ ଓ ମୋ ପରିବାରକୁ ମୁକ୍ତି ଦିଅ । ତେବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଏବେ ମାମଲାର ବିଚାର ହେବ ।

Comments are closed.