Latest Odisha News

BREAKING NEWS

ସରକାରଙ୍କ ନିର୍ବାଚନୀ ଥୋପ: ଏଇ ରାଜ୍ୟରେ ମିଳିବ ବର୍ଷକୁ ୨ ମାଗଣା ସିଲିଣ୍ଡର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟବାସୀଙ୍କୁ ଦୀପାବଳିରେ ଏକ ବଡ ଉପହାର ଦେବେ । ସରକାରୀ ସ୍ତରରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଗଲାଣି । ଭାରତୀୟ ଜନତାପାର୍ଟି ବିଧାନସଭା ନିର୍ବାଚନ ସମୟରେ ନିଜ ଘୋଷଣାପତ୍ରରେ ମହିଳାଙ୍କ ପାଇଁ ପ୍ରତିବର୍ଷ ୨ଟି ମାଗଣା ସିଲିଣ୍ଡର ଦେବା ପାଇଁ ଘୋଷଣା କରିଥିଲା । ରାଜ୍ୟ ସରକାର ପ୍ରାୟ ଦେଢ ବର୍ଷ ପରେ ଏହି ପ୍ରତିଶ୍ରୁତି ପାଳନ କରିବାକୁ ଯାଉଛନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ଏହି ଯୋଜନା ସମ୍ପର୍କିତ ମାର୍ଗଦର୍ଶିକା ବିଭାଗୀୟ ଅଧିକାରୀଙ୍କୁ ଜାରି କରିଛନ୍ତି ।

ଉତ୍ତର ପ୍ରଦେଶରେ ଉଜ୍ଜ୍ୱଳା ଯୋଜନାରେ ପାଖାପାଖି ୭୫ ଲକ୍ଷ ଗ୍ୟାସ ସଂଯୋଗ ଦିଆଯାଇଛି । ସରକାରଙ୍କ ତରଫରୁ ଏଥର ପ୍ରଥମ ଥର ପାଇଁ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ଖାତାକୁ ମାଗଣା ସିଲିଣ୍ଡର ଟଙ୍କା ପଠାଯିବ । ସରକାରଙ୍କ ପକ୍ଷରୁ ଏହି ଟଙ୍କା  ସିଧାସଳଖ ହିତାଧିକାରୀଙ୍କୁ ଅର୍ଥାତ ଡିବିଟି (ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର) ମାଧ୍ୟମରେ ଗ୍ୟାସ ସଂଯୋଗ ନେଇଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ହେବ । ଲକ୍ଷ୍ନୌରେ ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା  ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।

ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ  ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ବଡ ଘୋଷଣା କରିଛନ୍ତି ।

Leave A Reply

Your email address will not be published.