Latest Odisha News

ଦଶହରା ପାଇଁ ରାଜଧାନୀରେ କମିଶନରେଟ୍ ପୋଲିସର ପ୍ରସ୍ତୁତି : ମୁତୟନ ହେବେ ୩୧ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ବର: ପାର୍ବଣ ସମୟରେ ରାଜଧାନୀରେ କମିଶନରେଟ୍ ପୋଲିସର ପ୍ରସ୍ତୁତି । ଭୁବନେଶ୍ବରରେ ୩୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୨ ଅତିରିକ୍ତ ଡିଏସପି , ୨୩ ଏସିପି , ୪୧ ଇନ୍ସପେକ୍ଟର , ୫୦୦ କନେଷ୍ଟବଳ , ୧୫୧ ଅଫିସର , ୧୨ ଟ୍ରାଫିକ ଅଫିସର ନିୟୋଜିତ ହେବେ । ସହରକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇ ମୋବାଇଲ ପାଟ୍ରୋଲିଂ ଚାଲିଛି । ୬ଟି ସ୍ଥାନରେ କଣ୍ଟ୍ରୋଲ୍ ରୁମ୍ ଖୋଲିଥିବାବେଳେ ଷ୍ଟ୍ରାଇକିଂ ଫୋର୍ସ ବି ରହିଛନ୍ତି ।

ରାଜଧାନୀର ୧୮୮ଟି ସ୍ଥାନରେ ଦୁର୍ଗାପୂଜା ହେବ । ଆସନ୍ତାକାଲିଠାରୁ ପୂଜା ମଣ୍ଡପ ଗୁଡିକରେ ଷଷ୍ଠୀ ପୂଜା ବିଧି ଆରମ୍ଭ ହେବ  । ଏଥିଲାଗି କମିଶନରେଟ୍ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ଜାରି ରହିଛି । ୨୦ ରୁ ୨୫ ଅକ୍ଟୋବର ଯାଏଁ ରାଜଧାନୀ ପୋଲିସ ଛାଉଣୀରେ ରହିବ  ।  ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କୁ କଡାକଡି କରାଯିବ  । ସିସିଟିଭି ନଜରରେ ସହରର ଛକ ଓ ଗଳିକନ୍ଦି ରହିବ  । ଚାନ୍ଦା ଆଦାୟକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ଟ୍ରାଫିକ ସମସ୍ୟା ଓ ଜନ ଗହଳି ନିୟନ୍ତ୍ରଣ କୁ ପ୍ରାଥମିକତା ଦିଆଯିବ  । ଲାଇଟ୍ ଓ ସାଉଣ୍ଡକୁ ରାତି ୧୦ଟା  ପରିବର୍ତ୍ତେ ୧୨ଟା ଯାଏଁ ଅନୁମତି ଦିଆଯାଉଛି  । ତେଣୁ ଲୋକମାନେ ପୂଜା ଦେଖିବାକୁ ଗଲା ବେଳେ ନିଜ ଘରର ସୁରକ୍ଷା ନେଇ ନିବେଦନ କରିଛନ୍ତି ପୋଲିସ କମିଶନର ।

Comments are closed.