Latest Odisha News

BREAKING NEWS

ହମାସ-ଇସ୍ରାଏଲ ଯୁଦ୍ଧ: ‘ମହାସଙ୍କଟର ସାମ୍ନା କରିପାରେ ବିଶ୍ବ ଅର୍ଥନୀତି’

ରିୟାଦ: ଗତ ୭ ତାରିଖରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯାହା ଆଗାମୀ ଦିନରେ ମାନଙ୍କରେ ବିଶ୍ବ ଅର୍ଥନୀତି ଉପରେ ସଙ୍କଟ ହୋଇ ଠିଆହେବ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ବ ବ୍ୟାଙ୍କର ସଭାପତି ଅଜୟ ବଙ୍ଗା । ବିଶ୍ବ ବ୍ୟାଙ୍କର ସଭାପତି କହିଛନ୍ତିଯେ, ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ଯୁଦ୍ଧ ସମଗ୍ର ବିଶ୍ୱରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଭୟଙ୍କର ଝଟକା ଦେଇପାରେ । ସାଉଦି ଆରବରେ ଏକ ନିବେଶକ ସମ୍ମିଳନୀରେ ଯୋଗ ଦେଇ ଅଜୟ ବଙ୍ଗା କହିଛନ୍ତି, ‘ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ କାରଣରୁ ମୁଁ ଭାବୁଛି ଅର୍ଥନୈତିକ ଅଭିବୃଦ୍ଧି ଉପରେ ଏହା ଭୟଙ୍କର ପ୍ରଭାବ ପକାଇବ’ ।

ସ୍କାଏ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି, ‘ମୁଁ ଭାବୁଛି ଆମେ ବହୁତ ବିପଦପୂର୍ଣ୍ଣ ଅବସ୍ଥାରେ ଅଛେ’ । ବର୍ତ୍ତମାନର ନେତାମାନେ ଭୟ କରୁଛନ୍ତି ଯେ ବର୍ତ୍ତମାନର ଯୁଦ୍ଧ ମଧ୍ୟ ପୂର୍ବରେ ଏକ ବ୍ୟାପକ ବିବାଦରେ ପରିଣତ ହୋଇପାରେ । ଏହି ଯୁଦ୍ଧ କାରଣରୁ ଇସ୍ରାଏଲର ଅର୍ଥନୀତି ଉପରେ ପ୍ରଭାବ ପଡିଛି । ଯାହା ଦ୍ବାରା ବ୍ୟାଙ୍କ ଅଫ୍ ଇସ୍ରାଏଲ ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କରିଛି ।

ବିଶ୍ୱ ବ୍ୟାଙ୍କର ସଭାପତି କହିଛନ୍ତି ଯେ, ଭୂ-ରାଜନୈତିକ ତିକ୍ତତା ବିଶ୍ୱ ଅର୍ଥନୀତି ପାଇଁ ସବୁଠାରୁ ବଡ ବିପଦ ଅଟେ । ତେବେ ଅର୍ଥନୈତିକ ବିପଦ ଦ୍ରୁତ ଗତିରେ ବଢିଥାଏ ଏବଂ ଏହାକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ତାଙ୍କର ମତ ସ୍ପଷ୍ଟ କରିବାକୁ ସେ ଆମେରିକାର ଏକ ଉଦାହରଣ ଦେଇଛନ୍ତି । ବଙ୍ଗା ରିୟାଦରେ କହିଛନ୍ତି ଯେ, ‘ଆମେରିକାର 10 ବର୍ଷର ଟ୍ରେଜେରୀ (ଇଲ୍ଡି) ସୋମବାର ୫ ପ୍ରତିଶତ ଅତିକ୍ରମ କରିଛି, ଏଗୁଡିକ ଏପରି କ୍ଷେତ୍ର ଯାହା ଆମେ ଦେଖିପାରୁନାହୁଁ । ଏହା ଅନ୍ଧକାର ଭିତରେ ଲୁଚି ରହିଛି’ ।

Comments are closed.