ଅମୃତସର:ପଞ୍ଜାବର ସୁଲତାନପୁର ଲୋଧିରୁ ଆସିଛି ହୃଦୟ ବିଦାରକ ଘଟଣା । ଏଠାରେ ଜଣେ ଶିକ୍ଷକ ଯୁବକଙ୍କୁ ଗାଡିରେ ଧକ୍କା ଦେଲେ ।ଏହା ପରେ ଯୁବକଙ୍କୁ ଗାଡିର ବନେଟ ଉପରେ ଝୁଲାଇ ପ୍ରାୟ ୧୦ କିମି ବୁଲାଇଲେ । ପୀଡିତ ଯୁବକଙ୍କ କହିବା ଅନୁଯାୟୀ ସେ ଲୋଧିର ଏକ ଘରୋଇ ଏକାଡେମୀରେ ଆଇଲେଟ୍ସ ପଢୁଥିଲେ । ସେ ନିକଟସ୍ଥ ଏକ ଛକରେ ଛିଡା ହୋଇଥିବାବେଳେ ଦ୍ରୁତ ଗତିରେ ଏକ କାର ଆସିଲା ଏବଂ ତାଙ୍କୁ ଧକ୍କା ଦେଲା । ଏହି କାରରେ ଶିକ୍ଷକ ବଲଜିନ୍ଦର ସିଂହ ବସିଥିଲେ । ପୀଡିତ ଯୁବକ ଏବଂ ଶିକ୍ଷକ ବଲଜିନ୍ଦର ଗୋଟିଏ ଗାଁର । ଏହା ପରେ ତାଙ୍କୁ ବନେଟରେ ବାନ୍ଧି ୧୦ କିମି ବୁଲାଇଲେ। ଲୋଧି, ମଣ୍ଡି ରୋଡ, ଉଧମ ସିଂ ଚୌକ, କପୁରଥଲା ରୋଡରେ ତାଙ୍କୁ ପ୍ରାୟ ୧ ଘଣ୍ଟା ଧରି ଘୋଷାଡି ଘୋଷାଡି ନେଲେ ।
ପୀଡିତ ଯୁବକ ଜଣକ ଆହୁରି କହିଛନ୍ତି, ହତ୍ୟା ଉଦ୍ୟମ ନେଇ ଶିକ୍ଷକ ଜଣକ ଏପରି ଆକ୍ରମଣ କରିଛନ୍ତି । ଯୁବକଙ୍କୁ ବନେଟରେ ବାନ୍ଧି ଶାଲାପୁରରୁ ସୁଲତାନପୁର ଏହା ପରେ ସାମ୍ନାରୁ ଏକ ଗାଡି ଆସୁଥିଲା । ତାକୁ ଦେଖି ନିଜ ଜବୀନ ବଞ୍ଚାଇବା ଲାଗି ସେ ଗାଡିରୁ ଡେଇଁ ନିଜର ଜୀବନ ବଞ୍ଚାଇଥିଲେ । ଫଳରେ ଯୁବକ ଜଣକ ଆହତ ହୋଇଥିବା ଜଣାଯାଇଛି ।ଖବର ପାଇ ଯୁବକଙ୍କ ଚାଚା ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଳେ ଏବଂ ଡାକ୍ତରଖାନାରେ ପହଞ୍ଚାଇଥିଲେ ।
ସୂଚନାଥାଉ କି, ଶିକ୍ଷକ ବଲଜିନ୍ଦର ସିଂହଙ୍କ ବିରୋଧରେ ଥାନାରେ ଏକାଧିକ ଏତଲା ରହିଛି । ଏହାବ୍ୟତୀତ ଉକ୍ତ ଯୁବକଙ୍କ ସହ ତାଙ୍କର ପାରିବାରିକ ବିବାଦ ବି ରହିଥିଲା । ବର୍ତ୍ତମାନ ସୁଦ୍ଧା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ ।ତେବେ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ଖୋଜୁଛି ।
BREAKING NEWS
- ଶୀତରେ ଥରୁଛି ଓଡ଼ିଶା, ଝାରସୁଗୁଡ଼ାରେ ୪୮ ଘଣ୍ଟାରେ ୪.୮° ଖସିଲା ତାପମାତ୍ରା…
- ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ ସମେତ ବିଗ୍ ବିଙ୍କ ଜଲସା ବଙ୍ଗଳାଙ୍କୁ ମିଳିଲା ବୋମା ଧମକ
- A Unusual Wedding: ପରିବାର ପାଇଁ ଅଲୋଡା ବୃଦ୍ଧ-ବୃଦ୍ଧାଙ୍କ ନିଆରା ବିବାହ,ଏକାକୀପଣରୁ ସାଥୀ ପାଇବାର କାହାଣୀ…
- ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ପଶ୍ଚିମବଙ୍ଗ ସରକାର
- 18 Year Ater 26/11 Attack: ମୁମ୍ବାଇ ଆକ୍ରମଣକୁ ୧୮ବର୍ଷ, କେତେ ସୁରକ୍ଷିତ ଉପକୂଳ ସୀମା?
- Warning Labels on Packaged Food: ଏଣିକି ଖାଦ୍ୟ ପ୍ୟାକେଟ୍ରେ ରହିବ ଲାଲ୍ ବିପଦ ସଙ୍କେତ! FSSAIକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ…
- ଏଣିକି ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପଠାଯିବ ‘ସମନ୍’, ଜାରି ହେଲା ବିଜ୍ଞପ୍ତି
- Kotia Issue:ଆତ୍ମାହୁତି ନିଷ୍ପତ୍ତି ବଦଳାଇଲେ ତାରା;କୋଟିଆ ପ୍ରସଙ୍ଗରେ ମିଳିଲା ଅଧିକ ୪୫ ମିନିଟ୍
- ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲ ବିଦ୍ୟାଭାରତୀ
- ଡେଥ୍ ସାର୍ଟିଫିକେଟ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ
Comments are closed.