ନୂଆଦିଲ୍ଲୀ: ଏମ୍ସରେ ଭର୍ତ୍ତି ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକ୍ଖୁ । ତାଙ୍କୁ ନୂଆଦିଲ୍ଲସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଶିମଳାସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ ଏବଂ ହସ୍ପିଟାଲରେ ତାଙ୍କର ପ୍ରଥମେ ଚିକିତ୍ସା ଚାଲିଥିଲା । ପରେ ଦିଲ୍ଲୀ ଏମ୍ସକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ସେ ଅଗ୍ନାଶୟ ବା Pancreatis ରୋଗରେ ପୀଡିତ ଅଛନ୍ତି । ଚିକିତ୍ସା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।
ଶୁକ୍ରବାର ସକାଳ ପ୍ରାୟ ୯ଟାରେ ତାଙ୍କୁ ହେଲିକପ୍ଟର ଜରିଆରେ ଦିଲ୍ଲୀ ନିଆଯାଇଥିଲା ।ସେଠାରେ ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା ଚାଲିଛି । ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସୂତ୍ରରୁ ସ୍ପଷ୍ଟ କରାଯାଇଛି ।
ସୂଚନାଥାଉ କି,ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କ ପେଟ ଇନଫେକ୍ସନ କାରଣରୁ ଯନ୍ତ୍ରଣା ହୋଇଥିଲା । ବୁଧବାର ରାତି ୧୨ଟାରେ ଏହି ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଗୁରୁବାର ସକାଳେ ତାଙ୍କୁ ଶିମଳାସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ ଏବଂ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ନରେଶ ଚୌହାଣଙ୍କ କହିବା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଦୁଇ ଦିନ ଧରି କୁଲ୍ଲୁ, ମଣ୍ଡି ଏବଂ ବିଳାସରପୁର ଯାତ୍ରାରେ ଯାଇଥିଲେ । ଏହି କାରଣରୁ ତାଙ୍କ ପେଟ ଇନଫେକ୍ସନ ହୋଇଛି । ଖୁବ ଶୀଘ୍ର ଠିକ ହୋଇଯିବେ ।
BREAKING NEWS
- ଫେକ୍ ଆୟକର ନୋଟିସକୁ ନେଇ ସତର୍କ କରାଇଲା ଓଡ଼ିଶା ପୋଲିସ
- ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍କେସିଜିରେ ଉଚ୍ଚସ୍ତରୀୟ ଟିମର ତନାଘନା
- ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିବାଦ, ଇସ୍ତଫା ଦେଲେ ହଷ୍ଟେଲର ସମସ୍ତ ଓ୍ୱାର୍ଡେନ
- Ceiling Falls on Maternity Ward:ଡାକ୍ତରଖାନାରେ ଖସିଲା ଛାତ ସିଲିଂ, ଅଳ୍ପକେ ବର୍ତ୍ତିଲେ ନବଜାତକ ଏବଂ ପ୍ରସୂତି
- ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ଗୁରୁତର ତ୍ରୁଟି, ଜାଣନ୍ତୁ କଣ ରହିଛି ଭୁଲ
- Pakistan Political Turmoil: ପାକିସ୍ତାନରେ ବଡ ହଲଚଲ! ଶାହବାଜଙ୍କ ହାତରୁ ଯିବ କ୍ଷମତା?
- ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ !
- ନ୍ୟାସ୍ନାଲ୍ ଗ୍ରୀନ୍ ୟୁନିଭର୍ସିଟି ରାଙ୍କିଙ୍ଗ୍ ୨୦୨୬: ତୃତୀୟ ସ୍ଥାନରେ କିସ୍
- ନିକଟବର୍ତ୍ତୀ ଜଳାଶୟରେ କୁମ୍ଭୀର ଦେଖିଲେ ହେଲ୍ପଲାଇନରେ ସୂଚନା ଦେବାକୁ ବନ ବିଭାଗର ଅନୁରୋଧ
- Pradeep Rawat: ବଲିଉଡ୍ରୁ ସାଉଥ୍ ପର୍ଯ୍ୟନ୍ତ ଥିଲା ଦବଦବା; ‘ଗଜିନି’ର ଖଳନାୟକଙ୍କୁ ହରାଇଲା ସିନେ ଜଗତ, ଏହି ଓଡିଆ ସିନେମାରେ ବି ବେଶ୍ ସାଉଁଟିଥିଲେ ଭଲପାଇବା…
Comments are closed.