Latest Odisha News

BREAKING NEWS

ସରକାରଙ୍କ ବିନା ଅନୁମତିରେ ଦ୍ୱିତୀୟ ବିବାହ କରି ପାରିବେ ନାହିଁ ସରକାରୀ ଚାକିରିଆ, ଏହି ରାଜ୍ୟରେ ହେଲା ନିୟମ…

ଆସାମ:  ଏଣିକି ପ୍ରଥମ ସ୍ତ୍ରୀ/ସ୍ୱାମୀ ଜୀବିତ ଥିଲେ, ବିନା ସରକାରଙ୍କ ଅନୁମତିରେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ସରକାରୀ ଚାକିରିଆ । ବହୁ ବିବାହକୁ ନେଇ ଆସାମ ସରକାର ନିଜ କର୍ମଚାରୀମାନଙ୍କୁ ଏଭଳି କଡ଼ା ଚେତାବନୀ ଜାରି କରିଛନ୍ତି । ଜୀବନ ସାଥୀ ଜୀବିତ ଥାଇ ଅନ୍ୟକାହାକୁ ବିବାହ କରିବା ଉପରେ ରୋକ ଲଗାଇବା ସହ ଦ୍ୱିତୀୟ ବିବାହ କରିବାକୁ ନେଇ ଦଣ୍ଡ ବିଧାନ କରାଯିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ଶର୍ମା ।

ସୂଚନା ଅନୁସାରେ, ରାଜ୍ୟ ପର୍ସନାଲ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି ଯେ ପତି-ପତ୍ନୀ ଜୀବିତ ଥିବାବେଳେ ସରକାରୀ କର୍ମଚାରୀ ଦ୍ୱିତୀୟ ଥର ବିବାହ କରିପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମାଙ୍କ ନିର୍ଦ୍ଦେଶରେ ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଛି । ସରକାରୀ କର୍ମଚାରୀ ଯେଉଁମାନେ ନିୟମ ପାଳନ କରୁନାହାଁନ୍ତି ସେମାନଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରାଯାଇପାରେ। ବିଜ୍ଞପ୍ତିରେ କୁହାଯାଇଛି ଯେ ଆସାମ ସିଭିଲ ସର୍ଭିସେସ୍ (ଆଚରଣ) ଅଧିନିୟମ, ୧୯୬୫ର ନିୟମ ୨୬ ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଯଦି ନିୟମ ଉଲ୍ଲଂଘନ ହୁଏ, ତେବେ ଶୃଙ୍ଖଳାଗତ କର୍ତ୍ତୃପକ୍ଷ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରିବେ । ନିୟମ ଉଲ୍ଲଂଘନ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ଜରିମାନା ଲାଗୁ କରାଯିବ ଏବଂ ତାଙ୍କୁ ବାଧ୍ୟତାମୂଳକ ଅବସରର ମଧ୍ୟ ସାମ୍ନା କରିବାକୁ ପଡିପାରେ।

ଏହି ପ୍ରସଙ୍ଗରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସର୍ମା କହିଛନ୍ତି, ପୂର୍ବରୁ ମଧ୍ୟ ଏହି ନିୟମ ଥିଲା, କିନ୍ତୁ ଆମେ ଏହାକୁ ଲାଗୁ କରି ନ ଥିଲୁ। ବର୍ତ୍ତମାନ ଆମେ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛୁ। ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଅନେକ ମାମଲାରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ପେନସନ ଟଙ୍କା ନେବା ପାଇଁ ଦୁଇ ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥାଏ । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର ଘୋଷଣା କରିଛନ୍ତି ।

 

Comments are closed.