ଭୁବନେଶ୍ୱର: ନିଲାମ ହେଲା ବାଲେଶ୍ୱର ଟ୍ରିପଲ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଏକ୍ସପ୍ରେସର କ୍ଷତିଗ୍ରସ୍ତ ଇଞ୍ଜିନ ଓ ବଗି । କୋର୍ଟ ନିର୍ଦ୍ଦେଶ ମିଳିବା ପରେ ଏହି କୋଚ ଓ ଇଞ୍ଜିନିର ନିଲାମ କରାଯାଇଛି । ଗତ ଜୁନ ୨ ତାରିଖରେ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା ବାଲେଶ୍ୱର ଜିଲ୍ଲର ବାହନଗାଠାରେ । ସେବେଠାରୁ ଦୁର୍ଘଟଣାସ୍ଥଳରେ ପଡିଥିଲା ଏହି ହୃଦହଥରା ଦୁର୍ଘଟଣାର ମୁକସାକ୍ଷୀ କ୍ଷତିଗ୍ରସ୍ତ ଟ୍ରେନର ଇଞ୍ଜନ ଓ ବଗି । ଏଥିସହିତ ଯଶବନ୍ତପୁର-ହାବଡା ଏକ୍ସପ୍ରେସର ଦୁଇଟି କୋଚ ମଧ୍ୟ ବାହାନଗା ରେଳଷ୍ଟେଶନରେ ପଡି ରହିଛି । ହାବଡାର ମୋହିତ ଷ୍ଟିଲକମ୍ପାନୀ ଏହି କ୍ଷତିଗ୍ରସ୍ତ ଇଞ୍ଜିନ ଓ କୋଚର ନିଲାମ ନେଇଛି । ୩କୋଟି ୮୨ ଲକ୍ଷ ଟଙ୍କା ଦେଇ ଏହାକୁ କିଣିଛି କମ୍ପାନୀ ।
ବାଲେଶ୍ୱର ରେଲୱେ ଷ୍ଟେଶନ ପରିଦର୍ଶନରେ ଆସିଥିବା ଦକ୍ଷିଣ ପୂର୍ବ ରେଲୱେର ପ୍ରବନ୍ଧକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି,ମୋହିତ କମ୍ପାନୀ ଡିସେମ୍ବର ୫ ତାରିଖ ସୁଦ୍ଧା ସମସ୍ତ କୋଚ ଏବଂ ଇଞ୍ଜିନକୁ ନେଇଯିବ ।
ସୂଚନାଥାଉ କି,ଜୁନ ୨ ତାରିଖରେ ବାଲେଶ୍ୱର ଜିଲ୍ଲାର ବାହନଗାଠାରେ ହୋଇଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ଧକ୍କା ଦେଇ କରମଣ୍ଡଳ ଏକ୍ସପ୍ରେସ ଯଶବନ୍ତପୁର-ହାବଡା ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୨୯୪ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଶତାଧିକ ଲୋକ ଆହତ ହୋଇଥିଲେ । ଦୀର୍ଘମାସ ଧରି ଚିହ୍ନଟ ହୋଇ ନ ଥିବା ମୃତ ଦେହକୁ ସାଇତା ରଖିବା ପରେ ଏହାକୁ ସମୂହ ସଂସ୍କାର କରାଯାଇଥିଲା ।
ଗତ ମଙ୍ଗଳବାର ଭୁବନେଶ୍ୱରର ଏକ ଟ୍ରେନ ଶଲିମାର ଯାଉଥିବା କରମଣ୍ଡଳ ଏକ୍ସପ୍ରେସ,ଯଶବନ୍ତ ପୁର-ହାବଡା ଏକ୍ସପ୍ରେସ, ଯଶବନ୍ତପୁର-ହାବଡା ଏକ୍ସପ୍ରେସରର କ୍ଷତିଗ୍ରସ୍ତ ଇଞ୍ଜିନ ଏବଂ କୋଚ,ମାଲଗାଡିର ବଗିର ନିଲାମ ପାଇଁ ଆଦେଶ ଦେଇଥିଲେ ।
ଦକ୍ଷିଣପୂର୍ବ ରେଲୱେ,ଖଡଗପୁର ଡିଭିଜନର ଇଞ୍ଜିନିୟରଙ୍କ ଯାଚିକା ଉପରେ ଶୁଣାଣିକରି କୋର୍ଟ ଗୋଟିଏ ଇଞ୍ଜିନ ସହିତ ୨୧ କ୍ଷତିଗ୍ରସ୍ତ ବଗିର ନିଲାମ ଆଦେଶ ଦେଇଛନ୍ତି ।
BREAKING NEWS
- ପ୍ୟାକେଜିଂ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ହୁହୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
- ଭୋଟ ଦେବାକୁ ସୁଯୋଗ ପାଉନାହାଁନ୍ତି ନିର୍ବାଚନ କାର୍ଯ୍ୟରେ ଥିବା ପୋଲିସ କର୍ମଚାରୀ, କୋର୍ଟର ଦ୍ୱାରସ୍ଥ ହେବ କଂଗ୍ରେସ
- ଇରାନର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଲ ଉପରାଷ୍ଟ୍ରପତି ମୁଖବେର, ଜୁନ୍ ୨୮ରେ ରାଷ୍ଟ୍ରପତି ନିର୍ବାଚନ
- ଟଳିଯିବ ବାତ୍ୟା ଆଶଙ୍କା, ଅବପାତ ହୋଇ ମିଆଁମାର ଯିବ !
- ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁପରେ ଖୁସିରେ ସେଲିବ୍ରେସନ କଲେ ଇରାନବାସୀ
- ସରିଛି ପଞ୍ଚମ ପର୍ଯ୍ୟାୟ ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟିଂ
- ଆଜି ପୁଣି ଓଡ଼ିଶା ଆସୁଛନ୍ତି ଅମିତ ଶାହ: ସମ୍ବଲପୁର, ନୟାଗଡ଼ ଓ କେନ୍ଦୁଝରରେ କରିବେ ପ୍ରଚାର
- ସକାଳେ ଭୁଲ କଲେ, ରାତିରେ କ୍ଷମା ମାଗିଲେ, କହିଲେ ୩ ଦିନ ଯାଏଁ ରହିବି ଉପାସ
- ଶରୀର ପାଇଁ ରାମବାଣ ଲେମନ୍ ଟି’
- ଦ୍ୱିତୀୟ ପର୍ଯ୍ୟାୟ ମତଦାନବେଳେ ବିଜେପି ଘଟାଇଛି ବ୍ୟାପକ ହିଂସାକାଣ୍ଡ: ବିଜେଡି