Latest Odisha News

ଅଣନିଶ୍ଵାସୀ କଲା ଦିଲ୍ଲୀ ବାୟୁ ପ୍ରଦୁଷଣ, AQI ସ୍ତର ୨୮୬

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଶୀତଦିନ । ଆଉ ତା ସାଙ୍ଗକୁ ଆରମ୍ଭ ହେଲାଣି ଦିଲ୍ଲୀର ବାୟୁ ପ୍ରଦୁଷଣ । ଆଜି ଦିଲ୍ଲୀ-ଏନସିଆରରେ ବାୟୁପ୍ରଦୁଷଣ ଆହୁରି ଖରାପ ସ୍ତରରେ ପହଞ୍ଚିଛି । SAFAR-India ରିପୋର୍ଟ ଅନୁସାରେ, ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ୨୮୬ ରେ AQI ସ୍ତର ରେକର୍ଡ କରାଯାଇଛି ।

ଦିଲ୍ଲୀର ବାୟୁ ଗୁଣବତ୍ତା ୨୮୬ ରେ AQI ସ୍ତର  ଥିବା ବେଳେ ନୋଏଡାରେ ୨୫୫ ରେ  AQI ସ୍ତର ରେକର୍ଡ କରାଯାଇଥିଲା । ତେବେ ଗୁରୁଗ୍ରାମରେ ବାୟୁ ଗୁଣବତ୍ତା ଦିଲ୍ଲୀ ଏବଂ ନୋଏଡା ଅପେକ୍ଷା ଭଲ ରହିଛି । ଗୁରୁଗ୍ରାମରେ ବାୟୁ ଗୁଣବତ୍ତା ୨୦୦  ରେ AQI ସ୍ତର ଥିବା ସହିତ ‘ମଧ୍ୟମ’ ବର୍ଗରେ ରେକର୍ଡ କରାଯାଇଛି ।

ଦିଲ୍ଲୀ ଏନସିଆର ବାସିନ୍ଦାଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଯେଉଁ ଲୋକ ମାନଙ୍କର ଶ୍ୱାସ ରୋଗ ରହିଛି ସେମାନଙ୍କୁ ସତର୍କ ରରିବା ପାଇଁ କୁହାଯାଇଛି । ଶୁକ୍ରବାର ଦିନ ମଧ୍ୟ ନୂଆଦିଲ୍ଲୀରେ ବାୟୁସ୍ତର ପ୍ରଦୂଷିତ ରହିଥିଲା । ପ୍ରଦୂଷଣ ସ୍ତରର ବୃଦ୍ଧି ସହ ମୁକାବିଲା ପାଇଁ ଦିଲ୍ଲୀରେ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP)ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଇଛି।

Comments are closed.