ବାଲେଶ୍ୱର:ପାଗଳ କରିଛି ସ୍ମାର୍ଟଫୋନ ନିଶା । ସ୍ମାର୍ଟଫୋନରେ ୟୁଟ୍ୟୁବ ଖୋଲି ଭିଡିଓ ଗେମ ଖେଳିବାର ଏହି ନିଶା ପାଖରେ ବହୁମୂଲ୍ୟ ଜୀବନ ତୁଚ୍ଛ ହୋଇପଡିଛି । ସମ୍ପର୍କର ବନ୍ଧନ ବି ଶିଥିଳ ହୋଇପଡୁଛି । ତେଣୁ ବାପା-ମା’ ସ୍ମାର୍ଟଫୋନ ଜିଦ୍ଦି ପୂରଣ କରି ନ ପାରିବାରୁ ଜୀବନ ହାରିଦେଲେ ନାବାଳକ । ଏମିତି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ ।
ମିଳିଥିବା ତଥ୍ୟ ଅନୁଯାୟୀ, ଭୋଗରାଇ ବ୍ଲକର ଶାନ୍ତିନଗର ଗ୍ରାମର ଏହି ବାଳକ ଜଣକ ନିଜ ବାପା-ମା’ଙ୍କ ସହ ବେଙ୍ଗାଲୁର ଯାଇଥିଲା । ସେଠାରେ ନାବାଳକଙ୍କ ବାପା-ମା’ ଶ୍ରମିକଭାବେ କାମ କରନ୍ତି । ସେଠାରେ ସେ ଅନ୍ୟମାନଙ୍କ ମୋବାଇଲର ଭିଡିଓ ଗେମ ଫ୍ରି-ଫାୟାର ଖେଳୁଥିଲା ।
ଖେଳ ପ୍ରତି ତାର ଆକର୍ଷଣ ଦିନକୁ ଦିନ ବଢିବାକୁ ଲାଗିଲା । ସେ ପରିବାର ଲୋକଙ୍କୁ ସ୍ମାର୍ଟ ଫୋନ କିଣିଦେବା ପାଇଁ ଦାବି କରିଥିଲା । ହେଲେ ବାପା ସୁନିଲ ସ୍ୱାଇଁ ଆର୍ଥିକ ସ୍ଥିତି ଖରାପ ଥିବାରୁ ପୁଅ ପାଇଁ ମୋବାଇଲ କିଣି ପାରି ନ ଥିଲେ ।
ଏହି ଘଟଣାର କିଛି ଦିନ ପରେ ପରିବାର ସଦସ୍ୟ ଦଶହରା ପାଳନ କରିବାକୁ ଗାଁକୁ ଆସିଥିଲେ । ସେଠାରେ ପୁଅ ପୁଣି ବାପାଙ୍କୁ ମୋବାଇଲ କିଣିବା ପାଇଁ ଟଙ୍କା ମାଗିଥିଲା । ହେଲେ ସୁନୀଲ ନିଜର ଅସହାୟତା ପ୍ରକାଶ କରିଥିଲେ । ଏଥିରେ ହତାଶ ହୋଇ ନାବାଳକ ପୁଅ ଶୁକ୍ରବାର ରାତିରେ ନିଜ ଘରେ ବେକରେ ରଶି ଲଗାଇ ଝୁଲି ପଡିଥିଲେ ।
ଭୋଗରାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
BREAKING NEWS
- ଡିଆରଡିଓ ଏବଂ ଆଇଏଏଫ୍ ପକ୍ଷରୁ ରୁଦ୍ରମ୍-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
- CBSEର ନୂଆ ଅଧ୍ୟକ୍ଷ ପ୍ରଶାନ୍ତ ଲୋଖଣ୍ଡେ ସୀତାରାମ
- ଏସଟି, ଏସସି, ଏସିବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ
- କାଶିରା ଗ୍ରାମରେ ଜେଏସଡବ୍ଲୁ ଷ୍ଟିଲ୍ ପକ୍ଷରୁ ସଫେଇ ଅଭିଯାନ
- ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ
- ହାର୍ଦ୍ଦିକ, ରୋହିତଙ୍କୁ ଫିଟନେସ ଟେଷ୍ଟ ପ୍ରମାଣିତ କରିବାକୁ କହିଲା ବିସିସିଆଇ
- ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ଭାରତୀୟ କ୍ୟାମ୍ପରେ ସାମିଲ ହେଲେ ଆକ୍ୱିବ ନବୀ
- ସାଇରାଜ ବାହୁଟୁଲେ ଭାରତୀୟ କ୍ରିକେଟ୍ ଦଳର ନୂଆ ସ୍ପିନ୍ ପ୍ରଶିକ୍ଷକ
- ଭାରତରେ ଶିଶୁ ମୃତ୍ୟୁ ହାରରେ ସୁଧାର, ଏବେବି ଏହି ରାଜ୍ୟ ସବୁଠାରୁ ଚିନ୍ତାଜନକ ସ୍ଥିତିରେ ରହିଛି
- CBSE ମାମଲାରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ବିଦା କଲେ
Comments are closed.