ବାଲେଶ୍ୱର:ପାଗଳ କରିଛି ସ୍ମାର୍ଟଫୋନ ନିଶା । ସ୍ମାର୍ଟଫୋନରେ ୟୁଟ୍ୟୁବ ଖୋଲି ଭିଡିଓ ଗେମ ଖେଳିବାର ଏହି ନିଶା ପାଖରେ ବହୁମୂଲ୍ୟ ଜୀବନ ତୁଚ୍ଛ ହୋଇପଡିଛି । ସମ୍ପର୍କର ବନ୍ଧନ ବି ଶିଥିଳ ହୋଇପଡୁଛି । ତେଣୁ ବାପା-ମା’ ସ୍ମାର୍ଟଫୋନ ଜିଦ୍ଦି ପୂରଣ କରି ନ ପାରିବାରୁ ଜୀବନ ହାରିଦେଲେ ନାବାଳକ । ଏମିତି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ ।
ମିଳିଥିବା ତଥ୍ୟ ଅନୁଯାୟୀ, ଭୋଗରାଇ ବ୍ଲକର ଶାନ୍ତିନଗର ଗ୍ରାମର ଏହି ବାଳକ ଜଣକ ନିଜ ବାପା-ମା’ଙ୍କ ସହ ବେଙ୍ଗାଲୁର ଯାଇଥିଲା । ସେଠାରେ ନାବାଳକଙ୍କ ବାପା-ମା’ ଶ୍ରମିକଭାବେ କାମ କରନ୍ତି । ସେଠାରେ ସେ ଅନ୍ୟମାନଙ୍କ ମୋବାଇଲର ଭିଡିଓ ଗେମ ଫ୍ରି-ଫାୟାର ଖେଳୁଥିଲା ।
ଖେଳ ପ୍ରତି ତାର ଆକର୍ଷଣ ଦିନକୁ ଦିନ ବଢିବାକୁ ଲାଗିଲା । ସେ ପରିବାର ଲୋକଙ୍କୁ ସ୍ମାର୍ଟ ଫୋନ କିଣିଦେବା ପାଇଁ ଦାବି କରିଥିଲା । ହେଲେ ବାପା ସୁନିଲ ସ୍ୱାଇଁ ଆର୍ଥିକ ସ୍ଥିତି ଖରାପ ଥିବାରୁ ପୁଅ ପାଇଁ ମୋବାଇଲ କିଣି ପାରି ନ ଥିଲେ ।
ଏହି ଘଟଣାର କିଛି ଦିନ ପରେ ପରିବାର ସଦସ୍ୟ ଦଶହରା ପାଳନ କରିବାକୁ ଗାଁକୁ ଆସିଥିଲେ । ସେଠାରେ ପୁଅ ପୁଣି ବାପାଙ୍କୁ ମୋବାଇଲ କିଣିବା ପାଇଁ ଟଙ୍କା ମାଗିଥିଲା । ହେଲେ ସୁନୀଲ ନିଜର ଅସହାୟତା ପ୍ରକାଶ କରିଥିଲେ । ଏଥିରେ ହତାଶ ହୋଇ ନାବାଳକ ପୁଅ ଶୁକ୍ରବାର ରାତିରେ ନିଜ ଘରେ ବେକରେ ରଶି ଲଗାଇ ଝୁଲି ପଡିଥିଲେ ।
ଭୋଗରାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
BREAKING NEWS
- India-Russia Summit : ଆଜି ଭାରତ-ରୁଷ୍ ଶିଖର ସମ୍ମିଳନୀ, ହେବ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା
- ମହିଳା ହିଂସା ରୋକିବା ନେଇ ସରକାର ଯତ୍ନବାନ ଅଛନ୍ତି: ମୁଖ୍ୟମନ୍ତ୍ରୀ
- ଟଳିଲା ବଡ ଅଘଟଣ; ନକ୍ସଲ ଖଞ୍ଜିଥିବା ୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ
- କ୍ରିକେଟ ପ୍ରେମୀଙ୍କ କ୍ରେଜ, ଟିକେଟ ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ
- Weather Updat: ରାଜ୍ୟରେ ପୁଣି ତାପମାତ୍ରା ହ୍ରାସ, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର
- ଡିସେମ୍ବର ୬ରୁ ରାଜ୍ୟ ପୁସ୍ତକ ମହୋତ୍ସବ; ନିର୍ମାଣ ହେବ ୫୫୦ଟି ଷ୍ଟଲ, ଭାଗନେବେ ପ୍ରାୟ…
- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଗିରଫ
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
Comments are closed.