Latest Odisha News

ରାମାୟଣରେ ହନୁମାନ ଭୂମିକାରେ ନଜର ଆସିବେ ସନ୍ନି ଦେଓଲ

ମୁମ୍ବାଇ: ଆଗକୁ ଆସୁଛି ନିତେଶ ତିୱାରୀଙ୍କ ମେଗା ବଜେଟ ଫିଲ୍ମ ‘ରାମାୟଣ । ଏଥିରେ ହନୁମାନ ଭୂମକାରେ ନଜର ଆସିବେ ବଲିଉଡ଼ର ସୁପରଷ୍ଟାର ସନ୍ନି ଦେଓଲ । ଏହି ଫିଲ୍ମ ପାଇଁ ସନ୍ନି ମାତ୍ର ୪୫ କୋଟି ଟଙ୍କା ନେବେ ବୋଲି ରାଜି ହୋଇଯାଇଛନ୍ତି । ପ୍ରଭୁ ହନୁମାନଙ୍କ ଚରିତ୍ର ପାଇବା ହେତୁ ସେ ତାଙ୍କ ପାରିଶ୍ରମିକ କମାଇ ଦେଇଥିବା ସୂଚନା ମିଳିଛି ।

ଅଭିନେତା ସନ୍ନି ଦେଓଲଙ୍କ ପାଇଁ ୨୦୨୩ ବ୍ଳକବଷ୍ଟର ରହିଥିଲା । କାରଣ ଅମିଷା ପଟେଲ ଓ ଉତ୍କଷ ଶର୍ମାଙ୍କ ସହିତ ୨୦୨୧ରେ ଆସିଥିବା ସିନେମାର ସିକ୍ୱଲ ‘ଗଦର-୨’ ରିଲିଜ ହୋଇଥିଲା । ଏହି ସିନେମା ବକ୍ସ ଅଫିସରରେ ୫୦୦କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ଏହାର ବଜେଟ ୬୦ କୋଟି ଥିବା ଜଣାପଡ଼ିଥିଲା । କେବଳ ଏତିକି ନୁହେଁ ସିନେମା ଘରେ ଏହି ସିନେମା ୫୦ଦିନ ଧରି ପଡ଼ିବା ପରେ ବି ଦର୍ଶକଙ୍କ ମଧ୍ୟରେ ସିନେମା ଦେଖିବାର କ୍ରେଜ କମି ନ ଥିଲା ।

ଏହି ଫିଲ୍ମର ସଫଳତାକୁ ଦୃଷ୍ଟିରେ ରଖି ସନ୍ନି ଦେଓଲ ତାଙ୍କର ପାରିଶ୍ରମିକ ବଢାଇ ଦେଇଛନ୍ତି । ‘ ବର୍ଡ଼ର-୨’ ପାଇଁ ୫୦କୋଟି ନେବାକୁ ଦାବି କରିଥିବା ବେଳେ ସାଉଥରେ ଆକସନ ସିନେମା ପାଇଁ ପାରିଶ୍ରମିକ ୭୫କୋଟି ରଖିଛନ୍ତି ।

Comments are closed.