ଚଣ୍ଡୀଗଡ: ଶେଷରେ କ୍ୟାନ୍ସରକୁ ହରାଇବାରେ ସଫଳ ହୋଇଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନଭୋଜତ ସିଂ ସିଦ୍ଧୁଙ୍କ ପତ୍ନୀ ନଭୋଜତ କୌର । ସେ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ବାର୍ତା ସହ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ମୁଁ ଏବେ କ୍ୟାନ୍ସରରୁ ମୁକ୍ତ । ପିଇଟି ସ୍କାନରେ ଏହା ସ୍ପଷ୍ଟ ହୋଇଛି । ଏଥର ଅଙ୍ଗଦାନ କରିପାରିବି । ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି ଯେ, ନିଜ ଚୁଟି ମଧ୍ୟ ଦାନ କରିପାରିଛି । ଆସନ୍ତୁ କାଠ ବଂଚାଇବା ପାଇଁ ବିଜୁଳି ଶବଦାହ ଗୃହରେ ପୋଡା ହେବା ପାଇଁ ହଁ କରିବା । ସେ ଯେଉଁ ଭଳି ଭାବେ ସାହସର ସହ ଏହାକୁ ମୁକାବିଲା କରିଛନ୍ତି ତାହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
ସୂଚନାଯୋଗ୍ୟ, ତାଙ୍କ ବାମ ବ୍ରେଷ୍ଟରେ ଷ୍ଟେଜ ୨ କ୍ୟାନ୍ସର ହୋଇଥିଲା । ଚଳିତ ବର୍ଷ ଅଗଷ୍ଟରେ ସିଦ୍ଧୁ ତାଙ୍କ ପତ୍ନୀଙ୍କୁ ୫ମ କେମୋ ଅବସରରେ ଖାଦ୍ୟ ଖୁଆଉଥିବା ଦେଖିବାକୁ ମିଳିଥିଲା । ସେ ସମୟରେ ସିଦ୍ଧୁ ଲେଖିଥିଲେ କ୍ଷତ ଶୁଖିଯାଇଛି । ତେବେ ମାନସିକ କ୍ଷତ ଭରଣା ହେବା ପାଇଁ ବେଶ କିଛି ଦିନ ସମୟ ଲାଗିବ । ଆମେ ପ୍ରସ୍ତୁତ ଅଛୁ । ଚିକିତ୍ସା ଶେଷ ହେବା ପରେ ଉଭୟ ପତି ପତ୍ନୀ ଅନେକ ସ୍ଥାନ ଭ୍ରମଣ କରିବାକୁ ଯାଇଥିଲେ ।
Comments are closed.