Latest Odisha News

ଶ୍ରୀରାମଙ୍କ ପାଇଁ ୧୦୧ ହୀରା, ୧୧ କିଲୋ ସୁନାରେ ନିର୍ମିତ ମୁକୁଟ ଦେବ ଠକ ସୁକେଶ

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖର ଏବେ ଦିଲ୍ଲୀ ଜେଲରେ ବନ୍ଦ ଅଛି । ଜେଲରେ ବନ୍ଦ ଥିବା ସୁକେଶ ଅଯୋଧ୍ୟାରେ ନିର୍ମିତ ହେଉଥିବା ଶ୍ରୀରାମ ମନ୍ଦିର ପାଇଁ ଦାନ କରିବାକୁ ଆଗ୍ରହ ପ୍ରକାଶ କରିଛି । ସୁକେଶ ୧୦୧ ହୀରା ଓ ୧୦ କିଲୋ ସୁନାରେ ନିର୍ମିତ ମୁକୁଟ ମହାପ୍ରଭୂଙ୍କୁ ଦେବା ପାଇଁ ଚାହିଁଛି । ସେ ଏଥିନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପ୍ରମୂଖଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ସେ ପତ୍ରରେ ଲେଖିଛନ୍ତି ଯେ, ମୁଁ ରାମଲଲାଙ୍କ ମୂର୍ତି ପାଇଁ ମୁକୁଟ ଦାନ କରିବାକୁ ଚାହୁଁଛି । ମୁଁ ମୋ ସାମର୍ଥ୍ୟ ଅନୁସାରେ ଏହି ଦାନ କରିବି । ମୁକୁଟରେ ଲାଗିଥିବା ପ୍ରତ୍ୟେକ ହୀରାର ଓଜନ ୫ କ୍ୟାରେଟ ହେବ । ଆଜି ଆମ ପାଖରେ ଯାହା ଅଛି ତାହା ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ଯୋଗୁ ସମ୍ଭବପର ହୋଇଛି ।

ଆମ ପକ୍ଷରୁ ଏହି ଛୋଟ ଯୋଗଦାନକୁ ସ୍ୱୀକାର କରି ମହାନ ମନ୍ଦିରର ଅଂଶବିଶେଷ ହେବା ପାଇଁ ସୁଯୋଗ ପ୍ରଦାନ କରାଯାଉ । ମନି ଲଣ୍ଡ୍ରିଂ ମାମଲାରେ ସୁକେଶ ଜେଲଦଣ୍ଡ ଭୋଗୁଛନ୍ତି । ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ତାଙ୍କ ସମ୍ପର୍କ ବେଶ ଚର୍ଚ୍ଚାର କାରଣ ସାଜିଛି । ସେ ଏବେ ବି ଜେଲରୁ ଜ୍ୟାକଲିନଙ୍କ ପ୍ରେମ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

Comments are closed.