Latest Odisha News

BREAKING NEWS

ଭୋଟର ତିନି ଦିନ ପୂର୍ବରୁ ଛତିଶଗଡରେ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ

ରାୟପୁର: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନର ତିନି ଦିନ ପୂର୍ବରୁ ମାଓବାଦୀମାନେ ନିର୍ବାଚନ ପ୍ରଚାର କରୁଥିବା ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ବୋଲି ପୁଲିସ କହିଛି। ରତନ ଦୁବେ ନାରାୟଣପୁର ଜିଲ୍ଲା ବିଜେପି ଉପସଭାପତି ଥିଲେ।

ଶନିବାର ଦିନ କୌଶଲନର ଅଞ୍ଚଳରେ ଏହି ଘଟଣାଟି ଘଟିଛି। ଶ୍ରୀ ଦୁବେ ଜିଲ୍ଲା ପଞ୍ଚାୟତରେ ଏହି ଅଞ୍ଚଳର ପ୍ରତିନିଧିତ୍ୱ କରୁଥିଲେ।
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ହତ୍ୟାକାଣ୍ଡର ତଦନ୍ତ ପାଇଁ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ରାଜ୍ୟରେ ନଭେମ୍ବର 7 ଓ 17 ତାରିଖରେ ଦୁଇଟି ପର୍ଯାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Comments are closed.